ads

Breaking News

ପାଲା ମାଧ୍ୟମରେ କରୋନା ସଚେତନା

ଡେଲାଙ୍ଗ ----- ଶ୍ରୀ ଅନନ୍ତ ଗୋପାଳ ଗୁରୁଦାସ ପାଲା ସମିତି ଆନୁକୂଲ୍ୟରେ ଡେଲାଙ୍ଗ- ପିପିଲି ରାସ୍ତା ତଥା ଡେଲାଙ୍ଗ ଥାନା ଛକ ନିକଟରେ ପାଲା ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ବିସ୍କୁଟ, ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ରଥ, ସରୋଜ କୁମାର ପ୍ରଧାନ, ବସନ୍ତ କୁମାର ମହାରଣା, ଅକ୍ଷୟ କୁମାର ନାୟକ, ସାଧୁ ଚରଣ ନାୟକ, ବିକାଶ ବେହେରା, ପ୍ରଶାନ୍ତ ବିଶ୍ୱାଳ, ଦେବୀ ପ୍ରସାଦ ଦାସ, ଅଜୟ କୁମାର ପଲାଇ ପ୍ରମୁଖ ପାଲା ପରିବେଷଣ କରିବା ସହ  କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts