ads

Breaking News

ରାସୋଳରେ ମଦ ତିଆରି କାରଖାନା ଠାବ ,ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ,ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ

ବେଗୁନିଆ― ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗ୍ରାମରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଖୋର୍ଦ୍ଧା ଅବକାରୀ ବିଭାଗ , ସ୍ପେସିଆଲ ସ୍କ୍ୱାର୍ଡ ଓ ଅଫିସର ଓ ସ୍ଥାନୀୟ ବେଗୁନିଆ ପୋଲିସ ସହାୟତାରେ ଏକ ନକଲି ମଦ ପ୍ରସ୍ତୁତ କାରଖାନା ଠାବ କରାଯାଇ ଅତର୍କିତ ଭାବରେ ଚଢ଼ାଉ କରିଥିଲେ । ଏହି ମଦ କାରଖାନାକୁ ଚଳାଉଥିବା ମିନତୀ ପାଇକରାୟ (୩୮) ନାମ୍ନୀ ମହିଳାଙ୍କୁ ଗିରଫ କରାଯାଇଥିଲା ।ଏଠାରୁ ୧୫୦ଲିଟର ମଦ,୧୭ ଲକ୍ଷ ୬୦ ହଜାର ଟଙ୍କା,ଦୁଇଟି ସିଲ ମେସିନ, ଗୋଟିଏ ଜେନେରେଟର ଓ କାର ଘଟଣା ସ୍ଥଳରୁ ଜବତ କରାଯାଇଛି । ବେଗୁନିଆ ଥାନା ଅଞ୍ଚଳରେ ଏହିଭଳି ବହୁତ ମଦ ପ୍ରସ୍ତୁତ ହେଉଥିବା ବେଳେ ବାହାର ଜିଲ୍ଲାର ମଦ ବେପାରିମାନେ ପୋଲିସକୁ ହାତ ଗୁଂଜା ଦେଇ ବେପାର କରି ଆସୁଛନ୍ତି ବୋଲି ଲୋକମାନେ କହନ୍ତି।ଲକଡାଉନ ସମୟରେ ବିଦେଶୀ ମଦର କୃତ୍ରିମ ଅଭାବ ପରିଲକ୍ଷିତ ହେଉଥିବା ବେଳେ ବ୍ୟାପକ ଭାବରେ ନକଲି ମଦର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ।ଯାହାକି ଗୋଟିଏ ମଦ ବୋତଲ ପିଛା ତିନିରୁ ଚାରିଗୁଣା ଅଧିକ ଦରରେ ବିକ୍ରି କରୁଥିବା ବେଳେ ମଦ ବେପାରିମାନେ ଏହାର ସୁଯୋଗ ନେଇ ନିଜେ ନକଲି ମଦ ପ୍ରସ୍ତୁତ କରି ବିକ୍ରି କରିବାରେ ଲାଗିଛନ୍ତି। ଅବକାରୀ ବିଭାଗ ପକ୍ଷରୁଅନେକ ଥର ଚଢ଼ାଉ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛନ୍ତି । କାହା ବାହୁ ଛାୟା ତଳେ ରହି ଏହି ନକଲି ମଦ କାରଖାନାକୁ ଚଳାଇ ଆସୁଥିଲେ ତାହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ads

Blog Archive

Popular Posts