ads

Breaking News

ମାସ୍କ ଓ ସାବୁନ ବାଣ୍ଟିଲା ମହିଳା ମହାସଂଘ

କୃଷ୍ଣପ୍ରସାଦ----- ସମଗ୍ର ବିଶ୍ୱ କରୋନା ଭାଇରସକୁ ନେଇ ଏବେ ଆତଙ୍କିତ ।  ବିଶେଷ କରି ସାମାଜିକ ଦୂରତା,  ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଆଇନ କରିଛନ୍ତି ।  ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ବ୍ଳକ ସିଆଣ୍ଡି ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ମହିଳା ମାନେ ମାସ୍କ ତିଆରି ଆରମ୍ଭ କରୁଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ମାସ୍କ ତିଆରି କରୁଥିବାର ଦେଖି ସେମାନଙ୍କୁ ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଅନୀତା ନାୟକ କପଡା ଯୋଗାଇ ଦେଇଥିଲେ । ବ୍ଳକ ମହିଳା ଶିଶୁ ବିକାଶ ଅଧିକାରିଣୀ ମନୋରମା ଦେବୀଙ୍କ ଉପସ୍ଥିତିରେ ସିଆଣ୍ଡି ପଞ୍ଚାୟତ ଅଧିନସ୍ଥ ଅଣୁଆଁ,ପାଟପୁର,ସିଆଣ୍ଡି ଏବଂ ସାମୁଦ୍ରିକ ମତ୍ସ୍ୟଜୀବି ନୋଳିଆ ପାଟଣା ଗ୍ରାମରେ ମାସ୍କ ଏବଂ ସାବୁନ ବଣ୍ଟନ କରିବା ସହିତ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଅନୀତା ନାୟକ,ନାଏବ ସରପଞ୍ଚ ବୁଲି ନାୟକ,ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ସଭାନେତ୍ରୀ ସବିତା ପଲେଇ,ସମ୍ପାଦିକା ସଂଜୁଲତା ସାହୁ,ଏମବିକେ ଚାଇନା ଗୌଡୁ,ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦଳିତ ସେବା ସଂଗଠନ ସମ୍ପାଦକ ପ୍ରବୀର କୁମାର ନାୟକ ପ୍ରମୁଖ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ ସ୍ୱାଇଁଙ୍କ ରିପୋର୍ଟ

ads

Blog Archive

Popular Posts