ads

Breaking News

ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି

ସାକ୍ଷୀଗୋପାଳ ---- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଏଡି ଲକ ଡାଉନରେ ବିଶେଷ କ୍ଷତି ହୋଇଛି ଚାଷୀ ମାନଙ୍କର ।  ବାଇଗଣ, ଟମାଟୁ, ଲଙ୍କା, ବିନି, ଝୁଡୁଙ୍ଗ, ଭେଣ୍ଡି, ଜହ୍ନି , କଲରା, କଖାରୁ ପତ୍ରକୋବି ଆଦି ପନି ପରିବା ବିଲରେ ପୋଚି ଗଲା । ଏପରିକି କେତକ ଚାଷୀ ମାନେ ଫସଲ ତୋଳିବା ମଜୁରୀ ଉଠିଲା ନାହିଁ ।  ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ଚାଷୀ ମାନେ ଋଣ ପରିଷୋଧ କିପିରି କରିବେ ତାହା ଏବେ ଚିନ୍ତାରେ ପଡିଛନ୍ତି । ଏହି ସମସ୍ୟାକୁ ନେଇ  ପ୍ରଫୁଲ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନରେଶ ଚନ୍ଦ୍ର ସ୍ୱାଇଁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଲିଲି ମିଶ୍ର, ଚାଷୀ କୃଷ୍ଣଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ରପରିଡା, ସୁସାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କରୋନା ଯୋଗୁ କ୍ଷତିଗସ୍ତ ପନି ପରିବା ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts