ads

Breaking News

ଅସହାୟ ଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ଖୁଆଇଲେ ପୋଲିସ କନେଷ୍ଟବଳ

 
ବାଲିଗୁଡା --- ଏବେବି ମଣିଷ ପଣିଆ ବଞ୍ଚିଛି ।  କୋରନା ମହାମାରୀ ଯୋଗୁଁ ଦେଶ ରେ ଲକଡାଉନ ଜାରି ରହିଛି । ବିଭିନ୍ନ ସ୍ଥାନ ରେ ଫସି ରହିଛନ୍ତି ରାଜ୍ୟ ବାହାର  ଲୋକେ । ଏଭଳି ସମୟରେ ପୋଲିସ ବାହିନୀ ଆଗ ଧାଡି ର କୋରନା  ଯୋଦ୍ଧା ସାଜି ବିଭିନ୍ନ କାର୍ଯ୍ୟ ତୁଲାଇ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇ ପାରିଛି । ଏ ପରିକି ନିଜ ଖାଇବା ଖାଦ୍ୟ ରୁ କାଟି ଭୋକିଲା କୁ ଆହାର ଦେଇ ଜଣେ କର୍ତଵ୍ୟରତ କନେଷ୍ଟବଳ ମହାନତା ର ପରିଚୟ ଦେଇଛନ୍ତି । ବାଲିଗୁଡା  ନୁଆସାହି ଗ୍ରାମ ର କନେଷ୍ଟବଳ ବିଘ୍ନ ରାଜ ପ୍ରଧାନ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ରାମପୁର ଛକ ରେ ଡ଼ିଉଟି କରୁଥିଲେ ।  ଜଣେ ବାହାର ରାଜ୍ୟ ର ଭୋକିଲା ଲୋକ ଚାଲି ଚାଲି ଆସି ପହଞ୍ଚିଥିଲେ । ଏହି ସମୟରେ କନେଷ୍ଟବଳ ବିଘ୍ନରାଜ  ଲୋକ ଟି ଭୋକିଲା ଥିବା ଜାଣିପାରି  ନିଜ ପାଇଁ ଆଣି ଥିବା ଖାଦ୍ୟ କୁ ଲୋକ ଟି କୁ ଖାଇବାକୁ ଦେଇ ଥିଲେ। କନେଷ୍ଟବଳ ଙ୍କ ଏହି ମାନବିକତା କାମ ପାଇଁ କନ୍ଧମାଳ ଏସପି ପ୍ରତୀକ ସିଂ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି. ଏହି ଘଟଣା ଏବେ ସୋସିଆଲ ମିଡିଆରେ ପୋଲିସ ର ମହାନତା କାର୍ଯ୍ୟ ପାଇଁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଛି ।କନେଷ୍ଟବଳ ବିଘ୍ନରାଜ କୁ ମଧ୍ୟ ବିଭିନ୍ନ ମହଲ ରେ ଏଭଳି ମାନବିକତା ସେବା ପାଇଁ ପ୍ରଶଂସା କରାଯାଇଛି। କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts