ads

Breaking News

ବାଳକର କାନ ନାହିଁ ; ଚିକିତ୍ସା ରେ ବାଧକ ସାଜିଛି ଅର୍ଥ


 ବରଗଡ଼ --ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଦେଖିଲେ ଆଖି ଖୁସି ହୋଇଯାଏ।କିନ୍ତୁ ବାସ୍ତବରେ ଏହି ଯୋଜନା ଗୁଡିକ କାଗଜ କଲମରେ ସୀମିତ ଥିବା ଜଣାପଡେ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟୋପ ପଞ୍ଚାୟତର ପରମାଣପୁର ଗାଁର ଗାନ୍ଧୀ ଭୁଏଙ୍କ ୭ବର୍ଷର ପୁଅ କାହ୍ନା କଥାରୁ । ଜନ୍ମରୁ ଶାରୀରିକ ତ୍ରୁଟି ରହିଛି।ତାହାର ଡାହାଣ ପାର୍ଶ୍ଵର କାନ ନଥିବାବେଳେ ସିଏ ଠିକ ଭାବରେ ଶୁଣିପାରେ ନାହିଁ।ଡାହାଣ ଆଖିରୁ ପାଣି ବହିବା ସହ ମୁହଁଟି ଡାହାଣ ପାର୍ଶ୍ୱକୁ ମୋଡ଼ି ହେଇଯାଉଛି।ଭୂମିହୀନ ଦିନ ମଜୁରିଆ ଗାନ୍ଧୀ ନିଜ ଅର୍ଥରେ ଅନେକ ଥର ପୁଅର ଚିକିତ୍ସା କରାଇଛନ୍ତି ।  କିଛି ଲାଭ ନପାଇ ଆଗ ଅପେକ୍ଷା ଧୀରେ ଧୀରେ ସ୍ଥିତି ବିଗିଡିବାରେ ବସିଛି ବୋଲି କହି ଭାଙ୍ଗି ପଡିଛନ୍ତି ଗାନ୍ଧୀ । ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ବୁର୍ଲା ଡାକ୍ତରଖାନା ନେଲେ ସେଠାରେ ଡାକ୍ତର ନିଜର ଅକ୍ଷମତା ପ୍ରକାଶ କରି ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ଚିକିତ୍ସା କରାଇବାକୁ କହିଥିଲେ।ପରୀକ୍ଷାରୁ ଜଣା ପଡିଲା ଯେ କାହ୍ନା ଶରୀରର ପାଞ୍ଚୋଟି ଅଙ୍ଗ ନାହିଁ ଡାକ୍ତରଙ୍କ ମୁତାବକ କାହ୍ନାର ଚିକିତ୍ସା ପାଇଁ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦରକାର।ତେଣୁ ଦୈନନ୍ଦିନ ମଜୁରୀ କରି ପେଟ ପୋଷୁଥିବା ଗାନ୍ଧୀ ନିଜ ପୁଅ ପାଇଁ ଅତାବିରା ବିଧାୟିକା ଓ ବରଗଡ଼ ଜିଲ୍ଲାପାଳଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ।କିନ୍ତୁ ପ୍ରଶାସନ କେବଳ ୧୦ହଜାର ଟଙ୍କା ସାହାଯ୍ୟ କରି ଅଧିକ ସାହାଯ୍ୟ କରି ପାରିବୁୁ୍ ନାହିଁ ବୋଲି କହି ହାତ ଟେକି ଦେଇଥିଲେ। ତେବେ  ରାଜ ନେତାଙ୍କ ଶୁଭଦୃଷ୍ଟି ଏହି ଅଭାଗା,ଅକ୍ଷମ,ଶିଶୁ ଉପରେ କେବେ ପଡିବ ତାହା ଦେଖିବାକୁ ବାକି ରହିଲା ବୋଲି ଲୋକମାନେ କହନ୍ତି ।
ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts