ads

Breaking News

କର୍ମୀଟିକ୍ରାରେ ୪୦ ୟୁନିଟ ରକ୍ତ ସଂଗ୍ରହ


 ବରଗଡ଼---ମହାମାରୀ କରୋନା ଲୋକଙ୍କ ନିଦ ହଜାଇ ଦେଇଥିବାବେଳେ ସେଥିରେ ପୁଣି ରକ୍ତ ଭଣ୍ଡାରରେ ରକ୍ତର ଅଭାବ।ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିଭିନ୍ନ  ଅନୁଷ୍ଠାନ ତଥା ସ୍ୱୟଂ ସେବକ ସଂଘ ମାନଙ୍କ ଦ୍ଵାରା ଆରମ୍ଭ ହୋଇଯାଇଛି ରକ୍ତଦାନ ଶିବିର।ଯାହା ଦେଖିବାକୁ ମିଳିଛି ବରଗଡ଼ଜିଲ୍ଲା ଅତାବିରାବ୍ଲକ ଲରାସରା ପଞ୍ଚାୟତର କର୍ମୀଟିକ୍ରା ଠାରେ  । ସେବା ଭାରତୀ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅତାବିରା ଖଣ୍ଡର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥିଭାବେ ସଂଘର ସମ୍ବଲପୁର ବିଭାଗ ପ୍ରଚାରକ ଶ୍ରୀମନ୍ତ ପ୍ରଧାନ ଯୋଗଦେଇ ମାଁଙ୍କ ଠାରେ ଦ୍ବୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା ପୂର୍ବକ ଉଦଘାଟନ କରିଥିଲେ ।  ଓଡିଶା ପଶ୍ଚିମ ସେବା ଭାରତୀର ସଂଯୋଜକ  ହୃଷିକେଶ ନାଗ,କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ,ବରଗଡ଼ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ତାରାଚାନ୍ଦ କଣ୍ଟା,ଲରାସରା ସରପଞ୍ଚ ରଣଜିତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।  ଏହି ଶିବିରରେ ୪୦ୟୁନିଟ ରକ୍ତ ସଂଗ୍ରହ ହେଇଥିଲା।  ଅନ୍ୟ ମାନଙ୍କ ମଧ୍ୟରେ ବୁର୍ଲା ରକ୍ତ ଭଣ୍ଡାରର ଦେବାଶିଷ ମିଶ୍ର ଓ ତାଙ୍କ ସହକର୍ମୀ ମାନଙ୍କ ସକ୍ରିୟ ଅଂଶ ଗ୍ରହଣ କରିଥିବାବେଳେ ସଂଘର ସେବକ ମାନେ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts