ads

Breaking News

ଜନତା କଫ୍ୟୁକୁ ସମର୍ଥନ କଲେ ଡେଲାଙ୍ଗ ବାସୀ ; ସଂଧ୍ୟାରେ ଘଣ୍ଟ, ଘଣ୍ଟା, ଘଣ୍ଟି, ଶଙ୍ଖ ବଜାଇଲେ

 ଡେଲାଙ୍ଗ ---- କରୋନାରୁ ମୁକ୍ତ ରହିବା ପାଇଁ ଦେଶର ପ୍ରଧାନ ମନ୍ତ୍ରୀ  ଜନତା କଫ୍ୟୁ ଡାକରା ଦେଇଥିଲେ । ଏହାକୁ ମଧ୍ୟ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଛୋଟ ଠାରୁ ବଡ ଏପରିକି ଧନୀ ଓ ଗରିବ ସମସ୍ତେ ଏହି କଫ୍ୟୁକୁ ସ୍ୱାଗତ କରିବା ସହ ମାନିଛନ୍ତି ।  ଏପରିକି ଡେଲାଙ୍ଗ ଷ୍ଟେସନ ବଜାରରେ ମଟର ସାଇକେଲରେ ଯାଉଥିବା ଯୁବକ ମାନଙ୍କୁ  ଡେଲାଙ୍ଗ ପୋଲିସ  ଅଟକାଇ ସଚେତନତା ବାର୍ତ୍ତା  ଦେଇଥିବାର ଦେଖାଯାଇଥିଲା । ଡେଲାଙ୍ଗ ବ୍ଳକର ପୁରାତନ କ୍ଳବ ପ୍ରଭାତ କ୍ଳବ ଶନିବାର ଦିନ ଡାକବାଜି ଦ୍ୱାରା ଜନତା କଫ୍ୟୁରେ ସମସ୍ତେ ସାମିଲ ହେବାକୁ ନିବଦେନ କରାଯାଇଥିଲା । ଡେଲାଙ୍ଗ ଷ୍ଟେସନ ବଜାର ଓ ହାଟ ବଜାର ବ୍ୟବସାୟୀ ମାନେ ଦେକାନ ବଜାର ବନ୍ଦ କରିଥିବା ଜଣାପଡିଛି । ବଜାର, ମନ୍ଦିର,  ପଟ୍ଟନାୟିକିଆ- ଖୋର୍ଦ୍ଧା- କଣାସ   ରାସ୍ତା ସମ୍ପୁର୍ଣ୍ଣ ଖାଁ ଖାଁ ହୋଇଯାଇଛି । ବସ, ଟ୍ରେନ, ପେଟୋଲପମ୍ପ ଗୁଡିକ ବନ୍ଦ ରହିଛି । ସେହିପରି ଦେକାନ ବଜାର ଗୁଡିକ ମଧ୍ୟ ବନ୍ଦ ରହିଥିବାର ଦେଖାଯାଇଥିଲା । ଲୋକମାନେ  କରୋନା ଭୁତାଣୁର ମୁକାବିଲା କରିବା ପାଇଁ ଦେକାନ ବଜାର ବନ୍ଦ ରଖିଛନ୍ତି ।   ସଂଧ୍ୟାରେ ମଧ୍ୟ ଦେକାନ ବଜାର ବନ୍ଦ ରହିଥିବାରୁ ବଜାର ଗୁଡିକ ସମ୍ପୁର୍ଣ୍ଣ ଅନ୍ଦକରାମୟ ହୋଇଯାଇଛି । ଯୁଆଡେ ଯୁବ ସିଆଡେ କରୋନା ଯୋଗୁ ଖାଁ ଖାଁ ଲାଗୁଛି । ସେହିପରି  ସଂଧ୍ୟା ୫ଟା ପରେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଲୋକମାନେ ଘଣ୍ଟ, ଘଣ୍ଟା ଘଣ୍ଟି, ଥାଳି ଚାମୁଚ, ଶଙ୍ଖ ଓ ତାଳି ମାରି ସମସ୍ତେ  ଏହି ବାର୍ତ୍ତ ଦେଇଛନ୍ତି ।  ଏପରିକି କଫ୍ୟୁ  କାଳରେ ସେବା ପ୍ରଦାନକାରୀଙ୍କୁ ସମବେଦନା ଜଣାଇଛନ୍ତି । ଥାନା , ଫାଣ୍ଡି ଏଥିରୁ ବାଦ ପଡି ନାହାନ୍ତି । ଉପସ୍ଥିତ ଥିବା କର୍ମଚାରୀ ମାନେ କାର୍ଯ୍ୟାଳୟ ଆଗରେ ଠିଆ ହୋଇ ଘଣ୍ଟ, ଘଣ୍ଟି, ତାଳି ମାରି ସମବେଦନା ଜଣାଇଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts