ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋସ୍ôବ ପାଳିତ
ଚନ୍ଦନପୁର ---- ସତ୍ୟବାଦୀ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋସ୍ôବ ପାଳିତ ହୋଇଛି । ଆୟୋଜକ ଭାବେ ଓଡିଶା ସାହିତ୍ୟ ଏକାଡେମୀ ଏବଂ କୃପାସିନ୍ଧୁ ସ୍ମୁତି ସମିତିର ମିଳିତ ସହଯୋଗରେ ଚନ୍ଦନପୁର ଥାନା ଅନ୍ତର୍ଗତ ବୀରପ୍ରତାପପୁର ସ୍ଥିତ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କୈଳାଶ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ସୁନିଲ ରଥ,ସମ୍ମାନୀୟ ଅତିଥି ବିପିନ ବିହାରୀ ଦଳାଇ, ଓଡିଶା ସାହିତ୍ୟ ଏକାଡେମୀର ଅର୍ଥ ସମିତି ସଦସ୍ୟ,ବିରେନ୍ଦ୍ର ମହାନ୍ତି,ହରଚଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞନ ମିଶ୍ର ଏବଂ ବୀରପ୍ରତାପପୁର ଗ୍ରାମ ମୁଖ୍ୟ କୈଳାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ୧୮୮୭ମସିହାରେ ବୀରହରେକୃଷ୍ଣପୁର ଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ମିଶ୍ର ବୀରପ୍ରତାପୁର ସ୍ଥିତ ତାଙ୍କ ମାଉସୀ ଘରେ ପୋଷ୍ୟପୁତ୍ର ହୋଇଥିଲେ । ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁର ସ୍ଥିତ ମାମୁଁଘରେ ରହି ପାଠ ପଢ଼ିଥିଲେ । କଲିକତା ବିଶ୍ୱ ବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ୱର୍ଣ୍ଣପଦକ ଲାଭ କରିଥିବା ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ରୁଚି କିନ୍ତୁ ଇତିହାସରେ ରହିଥିଲା । ଶୟୀ ମିଶ୍ରଙ୍କୁ ମାତ୍ର ୪୦ବୟସରେ ଓଡିଶା ଇତିହାସ ସମ୍ପର୍କରେ ୧୩ଶହ ୭୬ପୃଷ୍ଠାର ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ତାଙ୍କ ପାଇଁ ଉପରୋକ୍ତ ଶାସନ ଗ୍ରାମ ସହ ପୁରୀ ଜିଲ୍ଲା ଏବଂ ରାଜ୍ୟଆଜି ଗର୍ବିତବୋଲି ଯୋଗଦେଇଥିବା ଅତିଥିମାନେ ତାଙ୍କ ବକ୍ତବ୍ୟ ରଖିଥଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଜୀବନ ଉପରେ ବକ୍ତୁତା ଦେଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଶ୍ରାଦ୍ଧୋସ୍ôବକୁ ଗ୍ରାମ ସମ୍ପାଦକ ବିରଂଚି ନାରାୟଣ ମିଶ୍ର ଏବଂ ପ୍ରାକ୍ତନ ସରପଂଚ ମଧୁସୂଦନ ନନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।
ଚନ୍ଦନପୁରରୁ ଧୀରେନ୍ଦ୍ର ସେନାପତି
ଚନ୍ଦନପୁରରୁ ଧୀରେନ୍ଦ୍ର ସେନାପତି



