ads

Breaking News

ସତ୍ୟବାଦୀ ବ୍ଳକରେ ମେଗା ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ

 ସାକ୍ଷୀଗୋପାଳ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ପ୍ରଥମ ଥର ମେଗା ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ୨୪ଟି ପଞ୍ଚାୟତର ୨୪୭୫ ଜଣଙ୍କୁ ଭର୍ତ୍ତା ବଣ୍ଟନ  କରାଯାଇଛି । ଭତ୍ତା ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗଦେଇ ଜଗନ୍ନାଥଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।  ବିଜେଡି ସରକାରଙ୍କ ସମୟରେ ୬୦ ବର୍ଷରୁ ଅଧିକ ଲୋକମାନେ ଭତ୍ତା ପାଇବାକୁ ଆଉ ସତ୍ୟବାଦୀରେ ସେପରି କେହି ନାହାନ୍ତି । ଯେଉଁ ମାନେ କୌଣସି କାରଣରୁ ରହିଯାଇଛନ୍ତି ସେମାନଙ୍କୁ ତୁରନ୍ତ ସାମିଲ କରାଯିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ ଆଶ୍ୱସନା ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ  ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ୱ କରିଥିଲେ । ବିଡିଓ ସରୋଜ କୁମାର ଦତ୍ତପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏବିଡିଓ ସାରଦା ପ୍ରସାଦ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଅ୍ରାରୀ, ଧୁବ ଚରଣ ଦାସ ଓ ୩୧ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ୨୩୫୪ ଜଣଙ୍କୁ ବାର୍ଦ୍ଧ୍ୟକ ଭର୍ତ୍ତା, ୪୩ ଜଣଙ୍କୁ ବିଧବା ଭର୍ତ୍ତା, ୧୨ଜଣ ସ୍ୱାମୀ ପରିତକ୍ତା ,  ୨୩ ଅବିବାହିତା, ୪୩ଜଣ ଭିନ୍ନକ୍ଷମ ଭର୍ତ୍ତା ପ୍ରଦାନ କରାଯାଇଛି ବୋଲି  ବ୍ଳକ ସାମାଜିକ ନିରାପତା ଅଧିକାରୀ ଦୀପକ କୁମାର ପଲେଇଙ୍କ ଠାରୁ ସୁଚନା ମିଳିଛି । ଏହି ଭତ୍ତା ବଣ୍ଟନ ମେଳାରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟସଭ୍ୟା, ଗ୍ରାମ ପଞ୍ଚାୟତ ଅଧିକାରୀ, ଜିଆରଏସ  ଓ ବ୍ଳକର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶଙ୍କର ପ୍ରଧାନ, ପ୍ରମୋଦ କୁମାର ରାଉତରାୟ, ସୁନିଲ କୁମାର ପଣ୍ଡା, ସୁବାଷ ପ୍ରଧାନ, ସୁରେଶ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts