ads

Breaking News

ନୂଆଗାଁ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

କୋଣାର୍କ---- - କୋଣାର୍କ ନିକଟସ୍ଥ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଆର୍ତ୍ତତ୍ରାଣ ଗାଦିଙ୍କ ପୀଠରୁ କ୍ରୀଡା ମଶାଲକୁ ଶୋଭାଯାତ୍ରାରେ ଆଣି ଖେଳପଡିଆରେ ସ୍ଥାପନ କରିଥିଲେ । ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ ଓ ଏ.କେ. ବିଦ୍ୟାପୀଠର ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ବାରିକ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କ୍ରୀଡା ଉତ୍ସବରେ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ପରିଚାଳନା କମିଟିର ସଭାପତି ନିରଞ୍ଜନ ସାହୁ ମୁଖ୍ୟ ଅତିଥିରୂପେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୈରବ ନୋଡାଲ କ୍ଲଷ୍ଟର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତି, ଶିକ୍ଷକ ରାମକୃଷ୍ଣ ମହାନ୍ତି, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଉପକାରୀତା ସମ୍ପର୍କରେ ଅବଗତ କରାଇବା ସହ ଭଲ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଖେଳୁଆଡ଼ ମନୋବୃତି ନେଇ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ବାର୍ଷିକ କ୍ରୀଡାରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ କ୍ରିଡା ଶପଥପାଠ କରାଇବା ପରେ କ୍ରିଡା ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ଏହି ବାର୍ଷିକ କ୍ରୀଡ଼ାରେ ସ୍କୁଲର ଛାତ୍ରଛାତ୍ରୀମାନେ ୧୫ଟି ବିଭାଗରେ ଭାଗନେଇଥିଲେ ।  ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବାଳକ ଓ ବାଳିକାମାନଙ୍କୁ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ବର୍ଗରେ ବିଭାଜିତ କରାଯାଇ ୨୦୦ ଓ ୧୦୦ମିଟର ଦୌଡ, ଲମ୍ବ ଓ ଉଚ୍ଚ ଡିଆଁ, ଡିସକସ୍ ଓ ଜାଭଲିନ୍ ଫିଙ୍ଗା, ପୁଚି, ମ୍ୟୁଜିକ୍ ଚେୟାର, ଆଳୁଚାମଚ, ସ୍କିପିଙ୍ଗ୍ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ଶିକ୍ଷୟିତ୍ରୀ ନିହାରୀକା ମହାନ୍ତି, ଚିତ୍ରାଞ୍ଜଳି ନାୟକ, ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ପଣ୍ଡିତ ରବୀନ୍ଦ୍ରନାଥ ଦ୍ୱିବେଦୀ, ମାନସ କୁମାର ମୁଦୁଲି,  ଅଭୟ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts