ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବରୀ---- ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟ ପରିସରରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ୍ ୨୦୭ ଜଣ ନାମ ପଞ୍ଜିକରଣ କରିଥିଲେ । ସେଥିରେ ଶାରୀରିକ ଅକ୍ଷମ ୧୧୧ ଜଣ ,ଶ୍ରବଣ ବାଧିତ ୨୨ଜଣ, ଆଂଶିକ ଦୃଷ୍ଟିହୀନ ୩୬ଜଣ, ମାନସିକ ଅନଗ୍ରସର ୩୬ ଜଣ ଥିଲେ । ସେଥିମଧ୍ୟରୁ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଶିବିରରେ ବିଭିନ୍ନ ବିଭାଗରେ ଆସିଥିବା ଡାକ୍ତର ଯଥା ମେଡିସିନ ଡଃ ଜୟଦେବ ନନ୍ଦ,ମାନସିକ ବିଶେଷଜ୍ଞ ଡଃ ସୋନାଲି ସାହୁ, ନାସା କର୍ଣ୍ଣ ଓ ଗଳା ବିଭାଗରେ ଡଃ ଅସିତ୍ କୁମାର ବିଶ୍ୱାଳ,ଚକ୍ଷୁ ବିଭାଗର ଡଃ ଅରୁଣ କୁମାର ସାମଲ, ବାସୁଦେବ ଦଳେଇ, ଅସ୍ତିଶଲ୍ୟ ବିଭାଗର ଡାଃ ଅନୁପ କୁମାର ନାଥଶର୍ମା, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରୁ ଡଃ ହେମନ୍ତ କୁମାର ମହାରଣା ପ୍ରମୁଖ ଶିବିରରେ ଯୋଗଦେଇ ଭିନ୍ନକ୍ଷମ ମାଙ୍କର ସ୍ୱାସ୍ଥ୍ୟ ପରିକ୍ଷା ନିରିକ୍ଷା କରିଥିଲେ । ଏହି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଭାରପ୍ରାପ୍ତ ବିଡିଓ ଶାଶ୍ୱତ ଜେନା,ବରୀ ବ୍ଲକ ଅଧ୍ୟକ୍ଷା ସୁବାଶିନି ଶର୍ମା,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ, ଜିଲ୍ଲା ଭିନ୍ନକ୍ଷମ ଡିଏସଓ ମନୋରଂଜନ ରଥ , ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସମିତି ସଭ୍ୟ ଓ କଲେଜର ଏନଏସଏସ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ




