ପୋରଗଦେଇରେ ନିଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର
କୁଜଙ୍ଗ---- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ସ୍ଥିତ ଆନନ୍ଦ ବଟ ସାଂସ୍କୃତିକ ପରିଷଦ ପରିସରରେ ଏକ ନିଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ବ୍ୟକ୍ତି ଯୋଗଦେଇ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ । ଏମାନଙ୍କ ମଧ୍ୟରୁ ୧୦ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ସହ କେତେକଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଭିଜନ ଟେକ୍ନିସିଆନ ଆଶୁତୋଷ ମୁଦୁଲୀ, ସତ୍ୟବାନ ନାୟକ, ଦିପ୍ତିମୟୀ ଦାଶ, ଝିୁଲ୍ଲୀ ଜେନା, ସୁରଜ କୁମାର ନାୟକ ଚକ୍ଷୁ ପରୀକ୍ଷା କରାଇଥିଲେ । ଦେବୁ ମହାପାତ୍ର, ବଂଶୀଧର ମଲ୍ଲିକ, ଦୋଳଗୋବିନ୍ଦ ଦାସ, ସଂଜୀବ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଷଦର ସଦସ୍ୟମାନେ ଏଥିରେ ସହାୟତା ପ୍ରଦାନ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର



