ads

Breaking News

ସ୍ୱାଧିନତା ସଂଗ୍ରାମୀ ହଳଧର ଦାଶ ଟ୍ରଷ୍ଟର ବାର୍ଷିକ ଉତ୍ସବ

ବରୀ---- ବରୀ ବ୍ଲକ ଅନ୍ତର୍ଗତ  କୃଷ୍ଣନଗର ଗ୍ରାମର ଅଷ୍ଟଶମ୍ଭୁ ମନ୍ଦିର ନିକଟସ୍ଥ ଟ୍ରଷ୍ଟ ଅଫିସ ପରିସରରେ ସ୍ୱାଧିନତା ସଂଗ୍ରାମୀ ହଳଧର ଦାଶ ମେମୋରିଆଲ ଟ୍ରଷ୍ଟର ସପ୍ତଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବୃନ୍ଦାବନ ସାମଲ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଚକ୍ଷୁ ବିଶେଷଜ୍ଞ ତଥା ଗ୍ଲୋବାଲ ପିସ  ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ଃ ରାଜ କିଶୋର ପଣ୍ଡା, ମୁଖ୍ୟ ବକ୍ତା ଭାବେ ରାଷ୍ଟପତି ପୁରଷ୍କୃତ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୂଷଣ ମିଶ୍ର ଯୋଗ ଦେଇ ବରୀ  ହେଉଛି ସଂଗ୍ରାମର ମାଟି ଯେଉଁଠି ଦେଶ ପାଇଁ ବହୁ ସ୍ୱାଧିନତା ସଂଗ୍ରାମୀ ପ୍ରାଣ ବଳି ଦେଇଛନ୍ତି ବୋଲି ଇତିହାସ ହୋଇ ରହିଯାଇଛି ବୋଲି କହିଥିଲେ । ଅଧ୍ୟାପକ ଅକ୍ଷୟ କୁମାର ରାୟ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଟ୍ରଷ୍ଟର ସମ୍ପାଦକ କୁଳମଣୀ ଶୁକ୍ଲ ବାର୍ଷିକ ବିବରଣି ପାଠ କରିଥିଲେ । ୨୦୧୯ ମସିହା ତୃତୀୟ ଓ ପଂଚମ ଶ୍ରେଣୀ ବୃତ୍ତି ପରିକ୍ଷାରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତ୍ତି ଛାତ୍ରୀଛାତ୍ରମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ସେହିପରି କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ କାର୍ଯ୍ୟରତ ଶ୍ନାୟୁ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିହାର ରଂଜନ ବିଶ୍ୱାଳଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା । ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାଥ ଜେନା ଧନ୍ୟବାଦ ଦେଇଥିଲେ ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts