ଉଠା ଦୋକାନୀଙ୍କ ପାଇଁ ଲୋକେ ମରଣ ମୁହଁଙ୍କୁ ଠେଲି ହୋଇଯାଉଛନ୍ତି
ବରଗଡ଼------ ବରଗଡ଼ଜିଲ୍ଲା ଅତାବିରା ଅଞ୍ଚଳରେ ଲୋକେ ମୁଖ୍ୟ ରାଜପଥକୁ ଅକ୍ତିଆର କରି ନିଜର ବେପାର ବେଶ ଜମାଇ ବସିଛନ୍ତି।କେତେବେଳେ ଗେଟି,ବାଲି ପକାଇ ରାଜରାସ୍ତାକୁ ଅବରୋଧ କରିଛନ୍ତି। ଯାହା ଫଳରେ କି ଯିବାଆସିବା ଲୋକ ମରଣ ଯନ୍ତାରେ ପଡି ଦୁର୍ଘଟଣା ଗ୍ରସ୍ତ ହୋଇ ଜନଜୀବନ ନଷ୍ଟ ହେଉଛି । ଆଉ କେତେବେଳେ ଖୋଦ ସରକାରୀ ବାବୁ ମାନେ ନିରୀହ ଲୋକଙ୍କୁ ମରଣ ଯନ୍ତାରେ ବସାଇ ଭଡା ଅସୁଲି କରୁଛନ୍ତି।ଯାହା ଯିବା ଆସିବା ଲୋକ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇପଡିଛି।ତେବେ ରେଙ୍ଗାଲି କେମ୍ପ ଛକରୁ ରାଜରାସ୍ତା ଉପରେ ବେପାରୀ ମାନେ ଗେଟି,ସିମେଣ୍ଟ,ରଡ଼ ପକାଇ ରାଜସ୍ୱ ବିଭାଗ ଓ ଏନଏସିକୁ ଭଡାଅସୁଲି କରି ଲୋକଙ୍କ ପାଇଁ ମରଣ ଯନ୍ତା ତିଆରି କରିଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ରାଜରାସ୍ତା ଉପରେ ଦୋକାନ ବଜାର ବସାଇ ଆର ଏମ୍ ସି ୧୦ ଟଙ୍କା ଓ ଏନଏସି ୧୦ଟଙ୍କା ଅସୁଲି କରି ବେପାର କରିବା ପାଇଁ ପ୍ରୋତ୍ସାହନ ଦେଉଛି ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ଲୋକମାନେ ଦୁର୍ଘଟଣା ଶିକାର ହେଉଛନ୍ତି।ଖାଲି ସେତିକି ନୁହେଁ ରାଜରାସ୍ତାରେ ଲୋକେ ଗାଡି ମଟର ଥୋଇ ରାସ୍ତାକୁ ଅବରୋଧ କରୁଛନ୍ତି । ହେଲେ ଏଇ ରାଜରାସ୍ତାରେ ପ୍ରତ୍ୟହ ପ୍ରଶାସନିକ ଅଧିକାରୀମାନେ ତଥା ସ୍ଥାନୀୟ ସରକାରୀ ବାବୁ ଯିବା ଆସିବା କରନ୍ତି । ସେମାନେ ନଦେଖିଲା ପରି ଚାଲିଯାଉଛନ୍ତି। ଯଦ୍ୱାରା ନିରୀହ ଲୋକ ତଥା କୋମଳ ମତି ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି।ଏନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଜନସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ



