ads

Breaking News

ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର...



  ବରଗଡ଼ ----- ଲୁହୁରାଚଟି-ସମ୍ବଲପୁର ୫୩ ନଂ ଜାତୀୟ ରାଜପଥରେ ପୁଣି ଏକ  ଦୁର୍ଘଟଣା ଘଟିଯାଇଛି । ଅତାବିରା ଥାନା ସମ୍ବୁଖରେ ଏକ ଅଜଣା ଗାଡି ଧକ୍କାରେ ମନାପଡା ପଞ୍ଚାୟତର ଲୁରୁପାଲିଗ୍ରାମର କିଶୋର ଚନ୍ଦ୍ର ପଧାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଥାନା ସମ୍ବୁଖରେ ଘଟଣା ଘଟିଥିଲେ ମଧ୍ୟ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଲାପରେ ଉକ୍ତ ପୋଲିସ ବିଳମ୍ବରେ ପହଞ୍ଚିଥିଲା । ଏଇତ ହୋଉଛି ରାଜ୍ୟ ସରକାରଙ୍କ ୫ଟି ଯୋଜନା ।  ଅନ୍ୟ ପକ୍ଷେ ଅତାବିରାରେ ପୋଲିସ ଗାଡି ନଥିବା ଯୋଗୁଁ ଗୋଡ଼ଭଗା ପୋଲିସ ଜିପ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତ ଜୁଡୁବୁଡୁ ହେଇ ଛଟପଟ ହେଉଥିବା ଯୁବକଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।  ଯୁବକଙ୍କର ବାମ ଗୋଡ଼ଟି ଭାଙ୍ଗିଯାଇଥିବା ସହ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ବୁର୍ଲା ବଡ଼ ମେଡିକାଲକୁ ଡାକ୍ତର ରେଫର କରିଥିବା ଜଣା ପଡ଼ିଛି।ତେବେ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଜାତୀୟ ରାଜପଥରେ ବାରମ୍ବାର ମର୍ମନ୍ତୁଦ ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିଲେ ହେଁ ଏ ଦିଗପ୍ରତି  ବିଭାଗୀୟ ଅଧିକାରୀ ବା ଜିଲ୍ଲା ପ୍ରଶାସନ ନଜର ପଡୁନାହିଁ  ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି।ତେବେ ଦେଖିବାକୁ ବାକି ରହିଲା ଆଉ କେତେ ଘଟଣା ଘଟିଲେ ଜିଲ୍ଲା ପ୍ରଶାସନ ର ନିଦ ଭାଙ୍ଗିବ ସମୟ ହିଁ କହିବ ।
ବରଗଡ଼ରୁ ନବୀନ ଦାଶ

ads

Blog Archive

Popular Posts