ads

Breaking News

ବଡବେରଣାରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ

ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ଗ୍ରାମର  ମା ଡମଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ  ପକ୍ଷରୁ  ଷଷ୍ଠ ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଡମଣୀକୃପା ସୁରେନ୍ଦ୍ର ନାଥ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କେରଙ୍ଗ,କୁମ୍ଭିଲୋ, ଇଟାମାଟି,ଛତ୍ରପଡା,କୁରାଢିଲୋ ଓ ପୁଇଁଚା ସମେତ ୬ ଟି ଦଳ ଅଂଶ ଗ୍ରହଣ କରିଥିଲେ ।  ଉଦଘାଟନୀ  ଉତ୍ସବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଓ ସମାଜସେବୀ  ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ(ସିଲୁ) ମୁଖ୍ୟ ବକ୍ତା,ପୂର୍ଣ୍ଣ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଖେଳିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ  ପ୍ରତ୍ୟେକ କାର୍ଯ୍ୟରେ ମନଫୁର୍ତି ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ ।  ଫାଇନାଲ ଖେଳ ଇଟାମାଟି ଏବଂ ପୁଇଞ୍ଚା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଖେଳରେ  ଇଟାମାଟି ଦଳ ୩/୧ ରେ ପୁଇଞ୍ଚା ଦଳକୁ ହରାଇ ବିଜୟୀ ହୋଇଥିଲା । ଖେଳକୁ ଲୁଟୁ ସାହୁ ଏବଂ ଶଙ୍କର ପ୍ରସାଦ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ସଭାରେପୂର୍ବତନ ସମିତି ସଭ୍ୟ ଉମାକାନ୍ତ ରଣା,ସ୍ଥାନୀୟ ସେବା ସମବାୟ ସମିତିର ପୁରୁଷୋତମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜୟୀ ଇଟାମାଟି ଦଳକୁ ସିଲ ସହ ନଗଦ ୩ ହଜାର ଟଙ୍କା ଏବଂ ପୁଇଞ୍ଚା ଦଳକୁ କପ ସହିତ ନଗଦ ୨ ହଜାର ଟଙ୍କା  ପ୍ରଦାନ କରିଥିଲେ । ମା ଡମଣୀ ଭଲିବଲ ଟୁର୍ଣ୍ଣାମେଣ୍ଟର କର୍ମକର୍ତାମାନେ ସହଯୋଗ କରିଥିଲେ ।   
   ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts