ବଲୁକା କଳା ମାଧ୍ୟମରେ ଅରବିନ୍ଦ କେଜରିବାଲ ଙ୍କୁ ଶୁଭେଚ୍ଛା
ପୁରୀ----- ଦିଲ୍ଲୀ ନିର୍ବାଚନ ରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ହାସଲ କରିଛି। ପୁଣି ଆପ ର ମୁଖ୍ୟ ଅରବିନ୍ଦ କେଜରିବାଲ ଙ୍କ ଲୋକପ୍ରିୟତା କାମ ଦେଇଛି। ଏହାକୁ ନେଇ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟି ବାରେ ଲାଗିଛି ଅରବିନ୍ଦ କେଜରିବାଲ ଙ୍କ ପାଖକୁ। ଅନ୍ୟ ପଟେ ବଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ନିଜ ବଲୁକା କଳା ମାଧ୍ୟମରେ ଦିଲୀ ବିଜୟ କୁ ନେଇ ଅରବିନ୍ଦ କେଜରିବାଲ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲୁକା କଳା ରେ ଅରବିନ୍ଦ କେଜରିବାଲ ଙ୍କ ପ୍ରତିମୂର୍ତ୍ତି କୁ ସ୍ଥାନ ଦେବା ସହ ଶୁଭେଚ୍ଛା ବାର୍ତା ଦିଆଯାଇଛି । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏହି ବଲୁକା କଳା ରେ ୧୫ ଟନ ବାଲି ବ୍ୟବହାର ହୋଇଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ



