ads

Breaking News

ମହନ୍ତ ମହାପାତ୍ରଙ୍କ ମୃତ୍ୟୁରେ ଗେଟ ବଜାର ବନ୍ଦ

 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଗେଟ ବଜାରରେ  ଦୀର୍ଘଦିନ ଧରି ରହି ଆସୁଥିବା ମହନ୍ତ ( ଭାଇନା) ମହାପାତ୍ର ୬୪ ବର୍ଷରେ ମୃତ୍ୟୁ ହୋଇଯାଇଛି ।  ସେ ଅନେକ ଦିନ ଧରି ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର ମୃତ୍ୟୁ ଖବର ସାକ୍ଷୀଗୋପାଳରେ ପହଞ୍ଚିବା ପରେ ଶୋକର
ଛାୟା ଖେଳିଯାଇଥିଲା । ସମାଜସେବୀ, ମିଷ୍ଠାବାସି, ସଚ୍ଚୋଟ, ପରୋପକାରୀ, ଦୀନ ଦୁଖି ଲୋକଙ୍କର କଥା ବୁଝୁଥିଲେ । ଗେଟବଜାରରେ  ହୋଟେଲ କରି ସେ ସମସ୍ତଙ୍କର ଭାଇନା ଭାବରେ ବେଶ ପରିଚିତ ।  ତାଙ୍କର ମୃତ୍ୟୁରେ ଗେଟ ବଜାରରେ ଥିବା ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବଡ ପୁଅ ସୀତାକାନ୍ତ ମହାପାତ୍ର ମୁଖାଗ୍ନି ଦେଇଥିଲେ ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ମହାପାତ୍ର

ads

Blog Archive

Popular Posts