ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା
ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ବୋଦୁଅ ପଞ୍ଚାୟତର ଏରଡା ଗ୍ରାମରେ ସପ୍ନେଶ୍ୱର ମହାଦେବ, ଶ୍ରୀଶ୍ରୀ ରାଧାକୃଷ୍ଣ ଜିୟୁ ଓ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳୁ ତନ୍ତ୍ରୀଘାଇ ନଦୀରୁ ଶତାଧିକ ଶ୍ରଦ୍ଧାଳୁ କଳସରେ ପାଣି ଉଠାଇ ମନ୍ଦିର ପର୍ଯ୍ୟନ୍ତ ଏକ ଆଧ୍ୟତ୍ମକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ରୀତିନୀତି ଅନୁଯାଇ ପୂଜା ପାଠ କରାଯାଇ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ପରିବାରଙ୍କ ବାସ ଗୃହ ସମ୍ମୁଖରେ କଳସ ସ୍ଥାପନ କରାଯିବା ସହ ଗ୍ରାମରେ ଆମିଷନିଷେଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ଏନେଇ ଏରଡା ଗ୍ରାମ ଅଧ୍ୟାତ୍ମକ ପରିବେଷ ସୃଷ୍ଟି ହୋଇଛି ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ



