୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆସନ୍ତା ୧୯ରେ
କୋଣାର୍କ --- ୧୯୮୬ ମସିହାରେ ଓଡ଼ିଶାର ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗୀୟ ପଦ୍ମଶ୍ରୀ ଡଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କୋଣାର୍କ ନାଟ୍ୟମଣ୍ଡପରେ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆସନ୍ତା ୧୯ ରୁ ୨୧ ତାରିଖ ତିନିଦିନ ବ୍ୟାପି ଅନୁଷ୍ଠିତ ହେବ । ଏହି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ମହାକୁମ୍ଭ ନିମନ୍ତେ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପ୍ରତ୍ୟହ ସନ୍ଧ୍ୟା୬ଟା ୪୫ରୁ ରାତି ୧୦ଟା ପର୍ଯ୍ୟନ୍ତ ତିନୋଟି ପର୍ଯାୟରେ ଆନ୍ତର୍ଜାତିକ କ୍ଷାତିସମ୍ପନ୍ନ କଳାକାରମାନଙ୍କ ଦ୍ୱରା ସଙ୍ଗୀତ ଓ ଲୋକ ନୃତ୍ୟର ଅପୂର୍ବ ସମାରୋହ କୋଣାର୍କ ନାଟ୍ୟମଣ୍ଡପରେ ପ୍ରଦର୍ଶିତ ହେବ । ଏହି ଉତ୍ସବର ବିଭିନ୍ନ ଦିବସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବର ଉଦ୍ଯାପନୀ ସନ୍ଧ୍ୟା୨୧ତାରିଖରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ୱର୍ଗୀୟ ନୃତ୍ୟ ଗୁରୁ ଡ. ମିନତୀ ମିଶ୍ରଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଲାଇଫ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇ ସମ୍ମାନିତ କରାଯିବ ବୋଲି କୋଣାର୍କ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ ସୂଚନା ଦେଇଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ




