ads

Breaking News

ପରିତ୍ୟକ୍ତ ଅବସ୍ଥାରେ ପଡିଛି ପଶୁ ସହାୟକ କେନ୍ଦ୍ର

ବେଗୁନିଆ----ଗୃହପାଳିତ ପଶୁମାନଙ୍କ ଚିକିତ୍ସା ପାଇଁ ପଞ୍ଚାୟତ ସ୍ତରରେ ଗୋଟିଏ ଗୋଟିଏ ପଶୁ ସହାୟକ କେନ୍ଦ୍ର ଖୋଲାଯାଇଛି । ତେବେ ବାସ୍ତବରେ ଏଭଳି ଅନେକ କେନ୍ଦ୍ରରେ କର୍ମଚାରୀ ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହି ସେସବୁ ଭୂତକୋଠି ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି । ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମରେ ଖୋଲିଥିବା ପଶୁ ସହାୟକ କେନ୍ଦ୍ର ଏହାର ନଗ୍ନ  ନମୁନା  ।ଏହି କେନ୍ଦ୍ର ଉପରେ  ୩ ଗୋଟି ପଞ୍ଚାୟତର  ଜନସାଧାରଣ ନିଜ ଗୋସମ୍ପଦ ସମେତ ଅନ୍ୟ ଗୃହପାଳିତ ପଶୁମାନଙ୍କର  ଚିକିତ୍ସା କରାଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।   ଅପରପକ୍ଷେ ,ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଘରଟି ମଧ୍ୟ ବ୍ୟବହାର ହେଉ ନଥିବାରୁ ସେଠାରେ ଏବେ ବିଭିନ୍ନ ଗଛଲତା ସୃଷ୍ଟି ହୋଇ କୋଠାର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯିବାକୁ ବସିଛି । ଏଥିସାଙ୍ଗକୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଉକ୍ତ କୋଠାରେ ପ୍ରତିଦିନ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts