ବରୀ ବ୍ଲକ କକ୍ଷରେ ମୋ ସରକାର
ବରୀ---- ରାଜ୍ୟରେ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ବରୀବ୍ଲକ ପରିସରରେ ଗୁରୁବାର ମୋ ସରକାର କାର୍ଯ୍ୟକ୍ରମର ଏକ ସ୍ୱତ୍ରନ୍ତ ସହାୟତା କକ୍ଷ ଖୋଲା ଯାଇଛି । ଏହି ସହାୟତା କକ୍ଷ ଫଳରେ ସାଧାରଣ ଲୋକେ ସେମାନଙ୍କ ସେବାକୁ ସହଜରେ ପାଇପାରିବେ । କୈାଣସି ପ୍ରକାର ଅସୁବିଧା ହେଲେ ଏହି ଟୋଲ ଫି ନମ୍ବରରେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିପାରିବେ । ଏହି ଅଭିଯୋଗ କାରୀଙ୍କ ନାମ ମୋ ସରକାରଙ୍କ ଖାତାରେ ପଞ୍ଜିକୃତ କରାଯାଇଥିବା ଜଣାପଡିଛି । ମୋ ସରକାରଙ୍କୁ ଅଭିଯୋଗ କାରୀମାନେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ଦେଇଛନ୍ତି । ମୋ ସରକାର କାର୍ଯ୍ୟ ତ୍ୱାରାନିତ ହେଲେ ବରୀ ବ୍ଲକର ବିଭିନ୍ନ ସମସ୍ୟା ଦୂର ହେବ ବୋଲି ମତ ପ୍ରକାଶ ପାଇଛି । ଏହାର ନୋଡାଲ ଅଫିସର ଲକ୍ଷ୍ମୀକାନ୍ତ ମହାରଣା ସହ ବ୍ଲକର ୩ ଜଣ କର୍ମଚାରୀ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ



