ମହିଳାଙ୍କୁ ଗାଳିଗୁଲଜ କରି ଯୁବକ ଗିରଫ
ବେଗୁନିଆ---- ବେଗୁନିଆ ଥାନା କଡବ ପଞ୍ଚାୟତ ଅନ୍ତର୍ଗତ ବୋରିକୋ ନୂଆଗାଁ ଗ୍ରାମର ଜନୈକ ମହିଳାଙ୍କ କୁକୁଡା ଫାର୍ମକୁ ବିଦ୍ୟୁତ ସଂଯୋଗ ଦିଆ ଯାଉଥିଲା । ସେହି ଗ୍ରାମର ଜଣେ ବ୍ୟକ୍ତି ଗାଳିଗୁଲଜ କରିଥିବା ନେଇ ବେଗୁନିଆ ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି । ସୂଚନାରୁ ପ୍ରକାଶ ଯେ ଶୈଳବାଳା ବେହେରା ଜନବସତି ନିକଟରେ କୁକୁଡା ଫାର୍ମ କରିଥିବାରୁ ସେହି ଗ୍ରାମର ଦୁର୍ଗା ଚରଣ ବେହେରା କୁକୁଡା ଫାର୍ମକୁ ବ୍ୟବସାୟିକ ବିଦ୍ୟୁତ ସଂଯୋଗ ଦିଆ ନଯାଇ ଘରୋଇ ବିଦ୍ୟୁତ ସଂଯୋଗ କାହିଁକି ଦିଆ ଯାଇଛି ବୋଲି ପ୍ରତିବାଦ କରିଥିଲେ ।ସମ୍ପୁକ୍ତ ମହିଳାଙ୍କୁ କୁଆଡେ ସେ ଗାଳିଗୁଲଜ କରିଥିଲେ ବୋଲି ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ ।ଅପରପକ୍ଷରେ ମହିଳାଙ୍କ ସ୍ୱାମୀ ବାନାମ୍ବର ବେହେରା ଦୁର୍ଗାକୁ ମାଡ ମାରିବା ସହ ଗାଳିଗୁଲଜ କରିବା ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ଏତଲାକୁ ଗ୍ରହଣ କରା ନଯାଇ ମହିଳାଙ୍କ ଏତଲାକୁ ଭିତିକରି ଦୁର୍ଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଦୁର୍ଗାଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


