ads

Breaking News

କୋଡିଏ ହଚାର ଲୋକଙ୍କ ଭାଗ୍ୟ ନିରୁପଣ କରୁଛନ୍ତି ଆୟୁଷ ଡାକ୍ତର ; ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଦାବୀ

କୁଜଙ୍ଗ----- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଁଅରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ ହେବ ଏଠାରେ ଜଣେ ବି ଡାକ୍ତର ନାହାନ୍ତି ।  ଏହି ଡାକ୍ତର ଖାନା ଉପରେ ପ୍ରାୟ ୨୦ ହଜାର ଲୋକ ନିର୍ଭର କରିଥାନ୍ତି । ଏବେ ସେମାନଙ୍କ ଭାଗ୍ୟ ଆୟୁଷ ଡାକ୍ତରଙ୍କ ହାତରେ ।  ସଁଅରା, ଗୋପାଳପୁର, ବିରିତୋଳ ପ୍ରଭୃତି ପଞ୍ଚାୟତର ଜନସାଧାରଣଙ୍କ ସହ ରଘୁନାଥପୁର ବ୍ଲକ ଅଧିନ ନାଲିବର ପଞ୍ଚାୟତର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍‌୍ରରେ ଏକମାତ୍ର ଆୟୁଷ ଡାକ୍ତରଙ୍କ ଉପରେ ଏସବୁ ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ । ଅଞ୍ଚଳବାସୀ ତରଫରୁ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନିକଟରେ ବାରମ୍ବାର ଦାବୀ ସତ୍ୱେ ଏପର୍ଯ୍ୟନ୍ତ କୌଣସି ଜଣେ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଅନ୍ୟପକ୍ଷରେ ଜନସାଧାରଣ ନିକଟରେ ଥିବା ଏକ ନସିଂହୋମକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଗରିବ ଜନସାଧାରଣ  । କେତକ ପରିବାରଅର୍ଥ ଅଭାବରୁ ନର୍ସିଂ ହୋମ ଯିବାକୁ ଅକ୍ଷମ ହେଉଛନ୍ତି । ଏହି ହେଉଛି ଆମ ରାଜ୍ୟ ସରକାରଙ୍କ ୫ଟିର ନମୁନା । ଯେଉଁଠି ସାଧାରଣ ଡାକ୍ତର ନିଯୁକ୍ତି ଦେଇ ପାରୁନାହାନ୍ତି ସେଠାରେ ଜଣସାଧାରଣ କିପରି ସ୍ୱାସ୍ଥ୍ୟ ସେବା ପାଉଥିବେ ତାହା ଏଥିରୁ ଅନୁମେୟ ।  ଅଞ୍ଚଳବାସୀଙ୍କ ତରଫରୁ ସୂର୍ଯ୍ୟକାନ୍ତ ଦାଶ, ଗଗନ ବିହାରୀ ପାତ୍ର, ତ୍ରିଲୋଚନ ସାହୁ, ଗୋପାଳପୁର ସମିତି ସଭ୍ୟ ବିଜୟ କୁମାର ମହାନ୍ତି, ଶରତ ମହାନ୍ତି, ଅଭିରାମ ସାହୁ, ବିକ୍ରମ କିଶୋରୀ ଜେନା, ଶେଖ ମାସୁକଦ୍ଦିନ, ଆଲୋକ ସେଠୀ, ବୈରାଗୀ ସ୍ୱାଇଁ, ବିରକିଶୋର ସ୍ୱାଇଁ, ରାଜକିଶୋର ଭୂୟାଁ, ପ୍ରଭାତ ଦାସ, କୈଳାସ ଦାଶ, ସଞ୍ଜୟ ରାଉତ ପ୍ରମୁଖ ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ  ଜିଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts