ads

Breaking News

ଡକାୟତି ଗ୍ୟାଙ୍ଗ ର 8 ଅପରାଧି ଙ୍କୁ ଗିରଫ କରିଛି ପୁରୀ ପୋଲିସ


 ପୁରୀ---   ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗ ର ୮ ଅପରାଧି ଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୬୪୦ଗ୍ରାମ ସୁନା ଅଳଙ୍କାର ଚେନ , ମୁଦି , ଚୁଡି , ୬ kg ରୂପା ଅଳଙ୍କାର ସମେତ ଏକ ବନ୍ଧୁକ , ୨ ଟି ବାଇକ ଓ ୩ଟି  କାର ମଧ୍ୟ ପୋଲିସ ଜବତ କରିଛି। ଏହି ଗ୍ୟାଙ୍ଗ ଘର ଗ୍ରୀଲ ତାଡି ଘରେ ପଶି ଲୋକ ଙ୍କ ଘରୁ ଲୂଟ କରୁଥିଲେ। ପୁରୀ ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଏମାନେ ପ୍ଲାନିଂ କରି ରାତିରେ ଘରେ ପଶି ଲୂଟ କରୁଥିଲେ।  ପୁରୀ ଏସପି ଙ୍କ ସୂଚନା ଅନୁଯାୟୀ ଗତ ଜାନୁଆରୀ ୧୯ ତାରିଖରେ ପୁରୀ ର ମଙ୍ଗଳପୁର ଅଞ୍ଚଳର ରଞ୍ଜନ ବିଶ୍ୱାଳ ଙ୍କ ଘରେ ପଶି କିଛି ଦୁର୍ବୁର୍ତ୍ତ ବନ୍ଧୁକ ଦେଖାଇ ୨ ଟି ସୁନା ଚେନ ଓ ୪୦ ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା। ସେହିପରି ପୁରୀ ଦକ୍ଷିଣ ନୂଆ ଗାଁ ରେ ଚନ୍ଦ୍ର ଶେଖର ଦାସ ଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ରାତିରେ ପଶି ସୁନା ଚେନ , ମୁଦି ସମେତ  ୯୪ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ପୋଲିସ ନିକଟରେ। ତେବେ ଘଟଣା ର ତଦନ୍ତ କରି ଗ୍ୟାଙ୍ଗର ଜଣେ ସଦସ୍ୟ କୁ ଠାବ କରିବା ପରେ ଘଟଣା ଜଣା ପଡିଥିଲା। ଭୁବନେଶ୍ୱର , କଟକ , ଜଗତସିଂହପୁର ର କିଛି ଅପରାଧି ଏକାଠି ହୋଇ ଏକ ଗ୍ୟାଙ୍ଗ କରିବା ସହ ବିଭିନ୍ନ ଜିଲ୍ଲାରେ ରାତିରେ ଘରେ ପଶି ଲୂଟ ତରାଜ କରୁଥିଲେ ବୋଲି ପୋଲିସଠାରୁ ସୁଚନା ମିଳିଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts