ରୋହିଆ ପଞ୍ଚାୟତରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ
କୁଜଙ୍ଗ ---- ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ପଞ୍ଚାୟତରେ ବିଜେଡିର ଏକ କର୍ମିସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବ୍ଲକ୍ ସଭାପତି ସୁଜିତ୍ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମି ସମ୍ମିଳନୀର ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ ଶତାଧିକ ବିଜେଡି କର୍ମୀମାନେ। ବିଧାୟକ ସଭାସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ନାରୀନେତ୍ରୀ ମଞ୍ଜୁଲତା ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଉକ୍ତ ସମ୍ମିଳନୀରେ ପଞ୍ଚାୟତର ନାଏବ ସରପଞ୍ଚ ପୁଷ୍ପଲତା ଦେଈଙ୍କ ସମେତ ଅନେକ ଅସନ୍ତୁଷ୍ଠ କଂଗ୍ରେସ କର୍ମି ପ୍ରଶାନ୍ତ ନାୟକ,ଜଟାଧାରୀ ସ୍ୱାଇଁ,ଦେବେନ୍ଦ୍ର ମଲିକ,ବାବୁଲି ରାଉତ,ପ୍ରମୂଖ ବିଜେଡି ଦଳରେ ସାମିଲ ହୋଇଥିଲେ। ବିଧାୟକ ସେମାନଙ୍କୁ ଦଳୀୟ ଉତ୍ତରୀ ଦେଇ ଦଳରେ ସାମିଲ କରିଥିଲେ । ଏଥିସହିତ ରୋହିଆ ପଞ୍ଚାୟତରେ ୨କୋଟିର ଅନୁଦାନ ରାଶି ପଡିରହିଥିବା ସମସ୍ୟାକୁ ସମାଧାନ କରିବା ସହିତ ଉନ୍ନୟନ ମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଧାୟକ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସମ୍ମିଳନୀରେ ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ ଦାସ,ଜିଲ୍ଲା ବିଜୁ କୃଷକମୋର୍ଚ୍ଚାର ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ,ରୋହିଆ ପଞ୍ଚାୟତର ବିଜେଡି ସଭାପତି ବିଷ୍ଣୁ ସାହୁ,ଧନେଶ୍ୱର ନାୟକ,ଅମିୟ ମହାନ୍ତି,ଶମ୍ଭୁନାଥ ସ୍ୱାଇଁ ,ରବିନ୍ଦ୍ର ସ୍ୱାଇଁ,ପ୍ରମୋଦ ମହାନ୍ତି,ସମିର ମହାନ୍ତି,ନଗେନ୍ଦ୍ର ମହାନ୍ତି,ଦିଲ୍ଲିପ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




