ଇଲେକ୍ଟ୍ରୋ ହୋମିଓପାଥିକ୍ ଚିକିତ୍ସକ ସଂଘ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର
ସାକ୍ଷୀଗୋପାଳ-ଋଷିପ୍ରତିମ ଆଚାର୍ଯ୍ୟ ହରିହର ଦାଶଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀ ବିକାଶ ପରିଷଦ, ସାକ୍ଷୀଗୋପାଳ ପକ୍ଷରୁ ପାନ୍ଥନିବାସ ପରିସରରେ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଲୋକ୍ଟି ହୋମିଓପାଥିକ୍ ଚିକିତ୍ସକ ସଂଘ ପୁରୀଙ୍କ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିରର ଅୟୋଜନ କରାଯାଇଛି । ମୁଖ୍ୟତଃ ଲୋକମାନଙ୍କର ନାଡି ଦେଖି ମେଡିସିନ ଦିଆଯିବ । ଏହି ମେଡିସିନର କୋଣସି ଖରାପଗୁଣ ନାହିଁ ବୋଲି ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଡ. ରଶ୍ମି ରଞ୍ଜନ ମହାରଥା, ଡ. ଅଜୟ କୁମାର ପୁଷ୍ଟି, ଡ. ସୃତିଶିଖା ବାରିକ, ଡ. କିରଣ ବାଳା ବାରିକ ଓ ବାଲେଶ୍ୱରରୁ ଡ. ରିନା ଦାସ, ରିତା ଦାଶ ଏହି ଶିବିରରେ ଯୋଗଦାନ କରି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମେଡିସିନ ପ୍ରଦାନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି




