ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀରେ ଆମ ଓଡିଶା ପକ୍ଷରୁ ରକ୍ତଦାନ,୨୫ ୟୁନିଟ ରକ୍ତ ସଂଗୃହିତ
ବେଗୁନିଆ----ବେଗୁନିଆ ଥାନା ଧଳାପଥର ଫାଣ୍ଡି ନିକଟସ୍ଥ କଳାପଥର ସ୍ଥିତ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଶ୍ରମ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିରରରୁ ମୋଟ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପ୍ରଥମେ ଗୃହିଣୀ ମହାଶ୍ୱେତା ମହାପାତ୍ର ଓ ଗୁରୁଭାଇ ବିଭୁକାନ୍ତ ଚୌଧୁରୀ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଶିବିରରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ରନାଥ ପାଣିଗ୍ରାହୀ,ସମାଜସେବୀ ରମେଶ କୁମାର ସାହୁ,ଶ୍ରୀନିବାସ ମହାରଣା,ସାମ୍ବାଦିକ ମାନସ ରଞନ ସାହୁ,ଅମୂଲ୍ୟ କୁମାର ପାଣିଗ୍ରାହୀ ଓ ମନୋଜ ସିଂହ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ ବ୍ଲଡ ବ୍ୟାଙ୍କର ଡାକ୍ତର ଫନୀଭୂଷଣ ପଟ୍ଟନାୟକ, ଲାବଟେକନିସିଆନ ପ୍ରକାଶ ପାଣିଗ୍ରାହୀ,ରବୀନ୍ଦ୍ର ନାଥ ସାହୁ ଓ କର୍ମଚାରୀ ସସ୍ମିତା ଦାସ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ । ରକ୍ତଦାତା ଜୀବନଦାତାମାନେ ହେଲେ-ରମେଶ ଚନ୍ଦ୍ର ସାହୁ ,ରଜନୀଗନ୍ଧା ସାହୁ,ଦଣ୍ଡଧର ସ୍ୱାଇଁ,ରାମଚନ୍ଦ୍ର ବେହେରା,ସୁରେଶ ସ୍ୱାଇଁ,ଶ୍ରୀନିବାସ ମହାପାତ୍ର,ମାୟାଧର ନାୟକ,ସୁକାନ୍ତ ଦାସ,ଦୀପକ ପ୍ରଧାନ,ଦାମୋଦର ପ୍ରଧାନ,ବସନ୍ତ କୁମାର ସ୍ୱାଇଁ,ସରୋଜ କୁମାର ନାୟକ,ଚନ୍ଦନ କୁମାର ନାୟକ,କୁନ୍ତଳା ସ୍ୱାଇଁ,ବିଜୟଲକ୍ଷ୍ମୀ ମହାରଣା,ସରୋଜିନୀ ଦେବୀ, ନିତୁସିତା ଚୌଧୁରୀ,କବିତା ସିଂହ,ଅଶୋକ ରଞନ ପାଣିଗ୍ରାହୀ,ଗୋବିନ୍ଦ ଚନ୍ଦ୍ର ମହାପାତ୍ର,ଧନେଶ୍ୱର ବେହେରା,ଅତୁଲ ଲେଙ୍କା ଓ ସୌମ୍ୟ ରଞନ ସ୍ୱାଇଁ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା



