ads

Breaking News

ହରିହରଙ୍କ ଜୟନ୍ତୀ ଅ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ମହୋତ୍ସବ ପାଳନ

 
ସାକ୍ଷୀଗୋପାଳ----ଋଷିପ୍ରତିମ ଆଚାର୍ଯ୍ୟ ହରିହର ଦାଶଙ୍କ ଜୟନ୍ତୀ ଅବସରରେ  ସତ୍ୟବାଦୀ ବିକାଶ ପରିଷଦ, ସାକ୍ଷୀଗୋପାଳ ପକ୍ଷରୁ ପାନ୍ଥନିବାସ ପରିସରରେ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡୁଚା ବରାଳଙ୍କ ସଭାପତିତ୍ୱରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା । ପରେ ପରେ ପଞ୍ଚସଖାଙ୍କ ସାମଧିପୀଠରେ ପୁଷ୍ୱମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ସତ୍ୟବାଦୀ ବ୍ଳକର ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ, ସୁରେନ୍ଦ୍ର ସାହୁ, ସୁଶାନ୍ତ କୁମାର ରଥ , ସାମ୍ବାଦିକ ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଧୀରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ସେହିପରି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଗୁରୁ ସୁବାଷ ଚନ୍ଦ୍ର ମିଶ୍ର ଏକ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏଥିରେ ପାୟ ୫୦ ଜଣରୁ ଅଧିକ ଯୁବକ ମାନେ ଯୋଗ ଶିବିରରେ ଯୋଗଦେଇଥିଲେ ।     ଏହି ଅବସରରେ  ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ସୁବାଷିତ ଘୋଷ, ଭାଗବତ ସାହୁ, ବିଷ୍ଠୁ ପ୍ରସାଦ ମିଶ୍ର ପ୍ରମୁଖ ରକ୍ତଦାନ କରିଥିଲେ । ପୁରୀ ଅଚାର୍ଯ୍ୟ ହରିହର ରକ୍ତଭଣ୍ଡାରର ଡ. ଦୀପକ ସାହୁ, ସିନିବାସ ମହାନ୍ତି, ଦୁଖିଶ୍ୟାମ ପଟ୍ଟନାୟକ, ଜିତେନ୍ଦ୍ର ନାୟକ, ସାରଥୀ ନାୟକ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ ।
ସତ୍ୟବାଦୀ ବିକାଶ ପରିଷଦ ର ମଧ୍ୟମ ନବୀନ ଶତପଥୀ, ସୁଶାନ୍ତ କୁମାର ରଥ, ବସନ୍ତ ସ୍ବାଇଁ, ଆଲୋକ ଖୁଣ୍ଟିଆ, ତୋଫାନ ବେହେରା, ତ୍ରିନାଥ ବାରିକ , ନୀଳକଣ୍ଠ ବାରିକ ପ୍ରମୁଖ ସହଯୋଗ କରିଥିଲେ । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

ads

Blog Archive

Popular Posts