ads

Breaking News

ବାଲୁକା କଳା ରେ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି


ପୁରୀ----  ୧୪ଫେବୃଆରୀ ୨୦୧୯ ରେ କାଶ୍ମୀର ର ପୁଲୱ।ମା ରେ ଆତ୍ମଘାତୀ ଆକ୍ରମଣ ରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇ ଥିଲେ। ଯାହାକି ଆଜିକି ଠିକ ବର୍ଷେ ପୁରିଛି। ତେବେ ସହିଦ ମାନଙ୍କ ବଳିଦାନ କୁ ଆଜି ସାରା ଭାରତ ବାସୀ ମନେ ପକାଉ ଥିବା ବେଳେ ସବୁ ଆଡେ ବିର ସହିଦ ଙ୍କୁ ସଲାମୀ ଓ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପୁରୀ ରେ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବଲୁକା କଳା ରେ ମଧ୍ୟ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସଲାମୀ ଦେଇ ଛନ୍ତି। ବଲୁକା କଳା ର ଦିଲ୍ଲୀ ର ଅମର ଯବାନ ଜ୍ୟୋତି ର ପ୍ରତିକତି ସହିତ ତ୍ରିରଙ୍ଗା ର ପ୍ରତିକୃତି କୁ ସ୍ଥାନ ଦେଇ ଛନ୍ତି। ଏଥି ସହିତ ଆତଙ୍କ ବାଦ ବିରୋଧ ରେ ସାରା ଦେଶ ବାସି ଏକଜୁଟ ହୋଇ ଲଢ଼ିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାର୍ତା ଦେଇ ଛନ୍ତି ବାଲୁକା କଳା ମାଧ୍ୟମରେ। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts