ads

Breaking News

ପୁଲୱାମା ସହିଦ ସ୍ମରଣ ଦିବସରେ କ୍ୟାଣ୍ଡେଲ ଶୋଭା ଯାତ୍ରା


ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଅଭୟମୁଖୀ ଗ୍ରାମ ପଞ୍ଚାୟତର ଇନ୍ଦିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମା କ୍ଷେତ୍ରପାଲ କ୍ରିକେଟ କ୍ଳବ ପକ୍ଷରୁ  ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ୨୦୧୯ ଫେବୃଆରୀ ମାସ ୧୪ତାରିଖରେ ସହିଦ ହୋଇଥିବା ଭାରତ ମାତାର ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଆଜି ସଂଧ୍ୟାରେ ଏକ ମହମ ବତି ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ନିରଞ୍ଜନ ଜେନାଙ୍କ ସହିତ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts