ads

Breaking News

ବିଶ୍ୱର ଅହିଂସା ପାଇଁ ପଦଯାତ୍ରା



  ବରଗଡ଼--- ଜୈନ ଧର୍ମାବଲମ୍ବୀର ପ୍ରବଳ ସାଗର ମୁନି ମହାରାଜ ବିଶ୍ୱର ଅହିଂସା ପାଇଁ ୩୦ନଭେମ୍ବର ୨୦୧୯ ମସିହାରୁ ପାର୍ଶ୍ଵନାଥ ରେଲୱେ ଷ୍ଟେସନ ନିକଟସ୍ଥ ଝାରଖଣ୍ଡ ସମ୍ବେଦ ଶିଖରରୁ ପଦଯାତ୍ରା ଆରମ୍ଭ କରିଥିଲେ । ଆଜି ଅତାବିରାରେ ପହଞ୍ଚିଛନ୍ତି। ମୁନି ମହାରାଜ ଉତ୍ତର ପ୍ରଦେଶର ରାଜସ୍ଥାନର ଉଦୟପୁର ଦେବ ପୁରାରେ ଜନ୍ମ ଗ୍ରହଣ କରିଥିଲେ ।ଉତ୍ତର ପ୍ରଦେଶର ଶ୍ରୀବସ୍ତି ତୀର୍ଥ ସ୍ଥଳିରୁ ଗୁରୁ ପୁଷ୍ପ ଗିରି ପ୍ରଣେତା ଆଚାର୍ଯ୍ୟ ଶ୍ରୀ ୧୦୮ପୁଷ୍ପଦନ୍ତ ସାଗରଜୀ ମହାରାଜଙ୍କ ଠାରୁ ୫ମାର୍ଚ୍ଚ ୧୯୯୫ ମସିହାରେ ମୁନି ଦୀକ୍ଷା ଗ୍ରହଣ କରିଥିଲେ। ସାରାଦେଶରେ ପଦଯାତ୍ରା ସହ ଅହିଂସାର ବାର୍ତ୍ତା ଦେଇ ଜୁଲାଇ ୨୦୨୦ମସିହା ପର୍ଯ୍ୟନ୍ତ ମହାରାଷ୍ଟ୍ରର ଅମରାବତୀ ଠାରେ ଅନ୍ତିମ ପଦଯାତ୍ରା ଶେଷ ହେବ ବୋଲି ସେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ।ସାରା ଦେଶରେ ସମାଜର ଏକତା ପାଇଁ ପ୍ରତ୍ୟେକ ଦିନ ୪୦କିଲୋମିଟରରୁ ଉର୍ଦ୍ଧ୍ବ ପଦଯାତ୍ରା ଅତିକ୍ରମ କରୁଛନ୍ତି। ମୁନି ମହାରାଜଙ୍କ ୮ଜଣ ଜୈନ କମାଣ୍ଡୋ ରଶ୍ମି ଜୈନ,ପିନିୟା ଜୈନ,ଦୀପକ ଜୈନ,ସାଜନ ଜୈନ,ଜ୍ଞାନୀ ଜୈନ,ଅଶୋକ ଜୈନ,ମୁକେଶ ଜୈନ ଓ ସୁବାସ ଜୈନ ପ୍ରମୁଖ ମୁନି ମହାରାଜଙ୍କ ପଦଯାତ୍ରାରେ ସୁରକ୍ଷା ଦେଉଥିବା ଜଣାପଡିଛି।ଆସନ୍ତା କାଲି ଅପରାହ୍ନ ୨ଟାରୁ ରେଙ୍ଗାଲିକେମ୍ପରୁ ବରଗଡ଼ ଅଭିମୁଖେ ଯାତ୍ରା କରିବା ପାଇଁ ସୂଚନା ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts