ads

Breaking News

କୌତୁକ ପୋଷାକ ପିନ୍ଧି ସଚେତନତା କଲେ ଛାତ୍ରଛାତ୍ରୀ

ବେଗୁନିଆ---- ବେଗୁନିଆ ସ୍ଥିତ ନାଳନ୍ଦା ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀ ମାନେ  ପୋଲିସ,ଟ୍ରାଫିକ ପୋଲିସ,ରାଧା,କୃଷ୍ଣ,ପରୀ ସଖି,ବୃଦ୍ଧବ୍ୟକ୍ତି ଅନେକ ବେଶରେ ସୁସଜ୍ଜିତ ହୋଇଥିଲେ । କୌତୁକ ପୋଷାକ ପ୍ରଦର୍ଶନ ପରେ ଖୋର୍ଦ୍ଧା-ବଲାଙ୍ଗୀର୫୭ ନମ୍ବର ଜାତୀୟ ରାଜପଥର ପୋଷ୍ଟ ଅଫିସ ଛକଠାରେ  ଟ୍ରାଫିକ ନିୟମାବଳୀ,ପୋଲିସର କାର୍ଯ୍ୟ , ଭୂମିକା ଓ ସ୍ୱଚ୍ଛତା ସମ୍ପର୍କରେ  ଛାତ୍ରଛାତ୍ରୀ ଓ ଅଭିଭାବକମାନେ  ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ରାଜେଶ କୁମାର ସାହୁ ,ପ୍ରତିଷ୍ଠାତା ଅଜୟ କୁମାର ସାହୁ,ଶିକ୍ଷକ ଅଖିଳେଶ ମହାପାତ୍ର  ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
  ବେଗୁନିଆରୁ ଯୋଗେଶ୍ୱର ପଣ୍ଡା   

ads

Blog Archive

Popular Posts