ଡାଳତୋଳା ସମବାୟ ସମିତିର ଧାନ ମଣ୍ଡିରେ ଅବ୍ୟବସ୍ଥା; ଚାଷୀଙ୍କ ଅସନ୍ତୋଷ
ବେଗୁନିଆ---- ବେଗୁନିଆ ବ୍ଲକ କୁଞୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ସେବା ସମବାୟ ସମିତିରେ ଖୋଲା ଯାଇଥିବା ଧାନ ମଣ୍ଡିରେ ମିଲର ଓ ସମ୍ପାଦକ ଚାଷୀ ମାନଙ୍କୁ ବିଭିନ୍ନ ବାଟରେ ଶୋଷଣ କରୁଥିବାର ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ,ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଚାଷୀ ସୁରେଶ ମହାପାତ୍ର ଲିଖିତଅଭିଯୋଗ କରିଥିବାର ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ରାଜ୍ୟ ସରକାର ମଣ୍ଡିରେ ଦଲାଲ ମୁକ୍ତ କରି ଚାଷୀର ଧାନକୁ କେତେ ପରିମାଣର ବିକ୍ରୀ କରିପାରିବେ ମୋବାଇଲରେ ମେସେଜ ଆସିବା ପରେ ଚାଷୀଙ୍କୁ ଧାନ ବିକୟ୍ର ପାଇଁ ମିଳିବ ଟୋକୋନ । ମାତ୍ର ଏହି ନିୟମ ଉକ୍ତ ଧାନ ମଣ୍ଡିରେ ସଠିକ ଭାବରେ ଚାଷୀଙ୍କ ପାଖରେ ଖବର ପହଞ୍ଚି ପାରୁନାହିଁ । ଚାଷୀମାନଙ୍କୁ ସରକାରଙ୍କ ନିତି ନିୟମ ଅନୁସାରେ ଚାଷୀଙ୍କୁ ଅଖା ଯୋଗାଇ ଦିଆ ଯାଉନାହିଁ । ସେ ବାବଦରେ ଅର୍ଥ ମଧ୍ୟ ଦିଆ ଯାଉନଥିବା ବେଳେ ମଣ୍ଡିରେ ଦେଉଥିବା ଧାନ ଖରାପ ବୋଲି ଦର୍ଶାଇ ମନମୁଖି ଭାବରେ ବସ୍ତା ପିଛା ୫ କେଜି ଲେଖାଏଁ କାଟି ନେଉଛନ୍ତି । ଧାନ ବେପାରୀମାନେ ମିଲରକୁ ହାତ କରି ବିକ୍ରୀ କରୁଥିବା ଧାନବସ୍ତାରୁ ଆଦୌ ଧାନ କଟା ଯାଉନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଗତ ୧୧ ତାରିଖ ଦିନ ଗୋଡି ଗ୍ରାମର ସୁରେଶ କୁମାର ମହାପାତ୍ର ଉକ୍ତ ମଣ୍ଡିରେ ୨୭ କୁଇଣ୍ଟାଲ ଧାନ ଦେବାକୁ ଯାଇଥିବା ବେଳେ ସେଠାରେ ବସ୍ତା ପିଛା ତାଙ୍କର ୫ କେଜି ଲେଖାଏଁ ଧାନ କାଟି ରଖିଥିଲେ । ସେ ଏଥିରେ ସେ ପ୍ରତିବାଦ କରିବାରୁ ସମ୍ପାଦକ କହିଥିଲେ ମନ ଯଦି ଅଛି ଧାନ ଦିଅ ନଚେତ ଧାନ ନେଇକରି ପଳାଅ ବୋଲି କହିଥିଲେ । ବହୁ ବାଦବିବାଦ ପରେ ତାଙ୍କର ମୋଟଧାନର ୫୪ କେଜି କାଟ ରଖିଥିଲେ । ସେ ଏଥିôରେ ଅତ୍ୟନ୍ତ ଅତିଷ୍ଠ ହୋଇ ନ୍ୟାୟ ପାଇବା ଆଶାରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର କାଟ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପକୃତ ପକ୍ଷେ ସରକାରଙ୍କ ନିୟମ ଯାହା ତାହା କୌଣସି ଧାନ ମଣ୍ଡିରେ ତାହା ପାଳନ କରାଯାଉନାହିଁ ବୋଲି ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା



