ads

Breaking News

ବୋତଳମା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରକାଶରେ ଅନିୟମିତତା

ବେଗୁନିଆ---- ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବାର ସାଧାରଣରେ ଅଭିଯୋଗ ହେଉଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପଞ୍ଚାୟତର ବିଭିନ୍ନ ଗ୍ରାମକୁ  ଅନ୍ୟ ବ୍ଲକର ତଦନ୍ତକାରୀ ଦଳ ପହଂଞ୍ଚି ତଦନ୍ତ କରିଥିଲେ । ମାତ୍ର ଗ୍ରାମର କିଛି ନ୍ୟସ୍ତ ସ୍ୱାର୍ଥଗୋଷ୍ଠୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ । ତଦନ୍ତ ସମୟରେ ପଲିଥିନ ତଳେ ସମ୍ପୂର୍ଣ୍ଣ ଭଙ୍ଗା ଘରେ ଏପରିକି ଅନ୍ୟ ଘରେ ଆଶ୍ରୟ ନେଇଥିବା ଛତ୍ରପଡା ଗ୍ରାମର ଅସହାୟ, ନିରୀହ ଭୂମିହୀନ ଓ ବିଧବା ମାନଙ୍କୁ ବାଦ ଦିଆଯାଇଛି ବୋଲି ଅଭିଯୋଗ ମାନ ହେଉଛି । ଅନାବାଦୀ,ଗୋଚର,ସରକାରୀ ଓ ଶ୍ରୀ ଜଗନ୍ନାଥଙ୍କ ଜମିରେ ବହୁ ସ୍ୱଚ୍ଛଳ ବ୍ୟକ୍ତି  ଆବାସ ଯୋଜନାରେ ଘର ପାଇ ବଡବଡ ଛାତ ଘର ନିର୍ମାଣ କରିଛନ୍ତି । ସେମାନଙ୍କର ନିଜର ସମ୍ପର୍କୀୟ  ଓ  ବହୁ ଏକାନ୍ନବର୍ତୀ ପରିବାର ସଦସ୍ୟ  ତାଲିକାରେ ସ୍ଥାନ ପାଇଛନ୍ତି ବୋଲି ଜଣାପଡିଛି ।  ବୋତଳମା ପଞ୍ଚାୟତ , ହିରାପୁର,ହଜ,ସିକୋ,ଶଗଡଭଙ୍ଗା,ଗଡମାଣିତୀର, ଦେଉଳୀ ଓ ଗୋବିନ୍ଦପୁର ପଞ୍ଚାୟତରେ ଏଭଳି ଅନିୟମିତତା ହୋଇଥିବାର ଜଣା ପଡିଛି । ଏଥିପାଇଁ ବିଭାଗୀୟ ଉଚ୍ଚକତ୍ତୃପକ୍ଷ ନିରପେକ୍ଷ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ପ୍ରକାଶ ପାଇବା ପାଇଁ  ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।ନଚେତ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ଜଣାପଡିଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts