ads

Breaking News

ଫେଣ୍ଡସ କ୍ରିକେଟ କପ ଉଦଯାପିତ ; ଚମ୍ପିୟାନ ଫେଣ୍ଡସ କ୍ଳବ ବେରବୋଇ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ପଡିଆରେ ଫେଣ୍ଡସ କ୍ଳବ ପକ୍ଷରୁ  ୮ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ ଟି ଦଳ ଯୋଗଦେଇଥିଲେ । ଫାଇନାଲ ମ୍ୟାଚ ଫେଣ୍ଡସ କ୍ରିକେଟ କ୍ଳବ ବେରବୋଇ ଓ ବେଲେଶ୍ୱରୀ କ୍ରିକେଟ କ୍ଳବ ଡେଲାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବେଲେଶ୍ୱରୀ ଦଳ ବ୍ୟାଟିଂ କରି ୮ ଓଭରରେ ୮ ଉଇକେଟ ହରାଇ ୪୮ ରନ କରିଥିଲା । ଜବାବରେ ଫେଣ୍ଡସ କ୍ଳବ ୭.୪ ବଲରେ ୪୯ ରନ କରି ବିଜୟୀ ହୋଇଥିଲେ । ମ୍ୟାଚ ପରିଚାଳନା କରିଥିଲେ ଛାଟୋଇ ମୋତିଲାଲ ରାୟ, ସୌଭାଗ୍ୟ ପ୍ରଧାନ, ସୂର୍ଯ୍ୟନାରାୟଣ ସେଠୀ, ରାଜେଶ ବିଶ୍ୱାଳ, ପ୍ରଦୀପ୍ତ ସେଠୀ । ମ୍ୟାଚ ଉଦଘାଟନ କରିଥିଲେ ଡ. ରମେଶ ବେହେରା । ଉଦଯାପନ ଦିବସରେ ଅତିଥି ଭାବେ ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା, ସମିତିସଭ୍ୟ ବାସୁଦେବ ଜେନା, ବେରବୋଇ ସମିତି ସଭ୍ୟ ଅଭିମନ୍ୟୁ ରାଉତ, ଜେନାପୁର ସମିତିସଭ୍ୟ ପ୍ରଭାତ ଜେନା ଓ ପ୍ରଭାତ କ୍ଳବର ସଭାପତି ପ୍ରକାଶ ନାୟକ ଯୋଗଦେଇ ଚମ୍ପିୟାନ ଦଳକୁ ୬ ହଜାର ଟଙ୍କା ଓ ଚମ୍ପିୟାନ ଟ୍ରଫି ଓ ରନସ ଦଳକୁ  ୪ ହଜାରଟଙ୍କା ଟ୍ରଫି ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ପ୍ରଶାନ୍ତ ପରିଡା, ପ୍ରହଲ୍ଲାଦ ପ୍ରଧାନ, ରବିନ୍ଦ୍ର ପରିଡା, ନୀଳକଣ୍ଠ ରାଉତ, ମାନସ ସ୍ୱାଇଁ, ଲକ୍ଷ୍ମୀଧର ବିଶ୍‌ବାଳ, ସୁକାନ୍ତ ପ୍ରଧାନ ।
 ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts