ads

Breaking News

ବାତ୍ୟାରେ ଘର ଭଙ୍ଗା ତାଲିକା ଚୟନରେ ପାତରଅନ୍ତର ; ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ହିତାଧିକାରୀ

 ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ବାତ୍ୟା ପରେ ଘରଭଙ୍ଗା , କାଳିଆ ତାଲିକା ପ୍ରସ୍ତୁତିରେ ପାତର ଅନ୍ତର କରାଯାଇଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ମାତ୍ର ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ମୁହଁ ଖୋଲିବାକୁ ରାଜି ନାହାନ୍ତି । ଯେହେତୁ ସତ୍ୟବାଦୀ ବ୍ଳକରେ ମହା ଦୁର୍ନିତୀ ହୋଇଛି ।  ଜିଲ୍ଲାଗ୍ରଶାସନ  ସବୁ ଜାଣି ମଧ୍ୟ ଚୁପ ରହିଛନ୍ତି ବୋଲି ଆଜି ଜଣସାଧାରଣ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗରିବ ଲୋକମାନେ ଅଭିଯୋଗ କରିଥିବାର ଜଣାପଡିଛି । ଏହାକୁ ନେଇ  ଶୁକ୍ରବାର ପେଣ୍ଠପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ରଙ୍କ ନେତତ୍ୱରେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ପ୍ରାୟ ୨୧୮ ଜଣ  ଜନସାଧାରଣ ବ୍ଳକ କାର୍ଯ୍ୟାଳୟ ଅଗାରେ ଧାରଣା ଦେଇଥିଲେ । ଏପରିକି ସେମାନେ ବ୍ଳକ କାର୍ଯ୍ୟାଳୟ ପରିସର ମୁଖ୍ୟ ଫାଟକ ବନ୍ଦ କରି ସେଠାରେ ହେ ହଲ୍ଲା କରିଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ବ୍ଳକ କାର୍ଯ୍ୟାଳୟ ପରିସରକୁ ଯାଇ ପାରିନଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପରେ ବ୍ଳକ କାର୍ଯ୍ୟାଳୟର ଗେଟ ଖୋଲାଯାଇଥିଲା ।  ଅନ୍ୟ ପକ୍ଷେ  ଗୋଟିଏ ପରିବାରରେ ୫ଜଣଙ୍କୁ ମିଳିଛି ବାତ୍ୟା ୯୫ ହଜାର ଟଙ୍କା । ଉକ୍ତ ପରିବାରଙ୍କର ପୁରୀ, ଭୁବନେଶ୍ୱରରେ  ଓ ଗ୍ରାମରେ ଦୁଇ ମହଲା କୋଠାଘର ରହିଛି । ସେମାନଙ୍କୁ ମିଳିଛି ବାତ୍ୟା ଟଙ୍କା ଓ ଆବାସ ଯୋଜନା । ଅନ୍ୟ ପକ୍ଷେ ପକୃତ ହିତାଧିକାରୀ ମାନଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ଆସିଛି । ଏପରିକି କୋଠା ଘର ଥିବା ପରିବାରଙ୍କ ନାମ ରହିଛି କଚା ଘରେ । କଚା ଘର ଲୋକଙ୍କକ ନାମ ରହିଛି ଛାତ ଘରେ । ଏ ହେଉଛି ସତ୍ୟବାଦୀ ପ୍ରଶାସନର କାର୍ଯ୍ୟକ୍ରମ ବୋଲି ପେଣ୍ଠପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର କହିଛନ୍ତି ।  ଲୋକମାନେ ସେମାନଙ୍କ ନାମ ଯୋଗ କରିବା ପାଇଁ ପଞ୍ଚାୟତରେ ପକାଇଥିଲେ ଫର୍ମ  ସେ ଫର୍ମ ଏବେ ଗଲା କୁଆଡେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ପଚାରିଛନ୍ତି ।  ଆନ୍ଦୋଳନକାରୀ ମାନେ ଦାବି କରିଥିଲେ ଯେ ଆମଠାରୁ ଫର୍ମ ନିଅନ୍ତୁ ଏବଂ ଆମଠାରୁ ଫର୍ମ ନେଲେ ବୋଲି ଲିଖିତ ଆକାରରେ ଦେବା ପାଇଁ ଦାବି କରିଥିଲେ ।  ଶେଷରେ  ସତ୍ୟବାଦୀ ବ୍ଳକ ବିଡିଓ ଅଜୟ କୁମାର ଦତ୍ତ ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତଙ୍କ ଫର୍ମ ଦିଅନ୍ତୁ ଜଣଙ୍କର ଫର୍ମ ହଜିଲେ ସେଥିପାଇଁ ସେ ଦାୟୀ ରହିବେ ବୋଲି କହିଥିଲେ । ବିଡିଓ ଶ୍ରୀ ଦତ୍ତଙ୍କ କଥା ଅନୁଯାୟୀ ଆନ୍ଦୋଳନକାରୀ ମାନେ ବ୍ଳକ ଅଗାରେ ଦେଇଥିବା  ଧାରଣାରୁ ଉଠିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts