ଅତବିରା ହସ୍ପିଟାଲରେ ଫେଲ ମାରିଛି ୫ଟି ଯୋଜନା
ବରଗଡ଼---- ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା ପ୍ଏରଣୟନ କରୁଛନ୍ତି ସତ,ହେଲେ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ଲୋକମାନେ କହନ୍ତି। ସୁସ୍ଥ ଚିକିତ୍ସା ସଠିକ ଚିକିତ୍ସା ର ଡିଣ୍ଡିମ ବାଡୋଉଥିବା ୫ଟି ଯୋଜନା ।
ବରଗଡ଼ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଗଡ଼ରୁ ସମ୍ବଲପୁର ଯିବା ରାସ୍ତାରେ ଅତାବିରା ମେଡିକାଲ । ରବିବାର ଦିନ ଦେଖାଦେଇଛି ଏକ ଅଭାବନିୟ ଘଟଣା । ସରକାରୀ କାନ୍ଥରେ ଲିପିବଦ୍ଧ ଥିବା ନିର୍ଦ୍ଧାରିତ ସମୟ ସୀମା ଅନୁଯାୟୀ ସକାଳ ଆଠଟା ସମୟରେ ହସ୍ପିଟାଲକୁ ଆଖପାଖ ଅଞ୍ଚଳର ରୋଗୀମାନେ ଆସିଥିଲେ । ଡାକ୍ତର ଆସିବେ ଆଉ ଚିକିତ୍ସା ହେବେ ବୋଲି । ଏଠି ଡାକ୍ତର ଆସୁଛନ୍ତି ନିଜ ମନଇଚ୍ଛାରେ । ଡାକ୍ତର ଆସିଥିଲେ ୯,୪୦ରେ । ସକାଳ ୮ ଟାରୁ ଦିନ ଏକ ଟା ପର୍ଯ୍ୟନ୍ତ ଖୋଲା ହୋଇଥାଏ ମେଡିକାଲ ।
କିନ୍ତୁ ତେଣୁ ରୋଗୀ କିମ୍ବା କୌଣସି ଜରୁରୀ ପରିସ୍ଥିତି ହେଲେ ଡାକ୍ତର ଯଦି ବିଳମ୍ବରେ ଆସନ୍ତି ତେବେ କଣ ହେବ ପରିସ୍ଥିତି ତାହା ଭଗବାନଙ୍କୁ ଜଣା । ଯଦି ଏହିପରି ଅବସ୍ଥାରେ ଚାଲୁଛି ହସ୍ପିଟାଲ ତେବେ କାହିଁକି ଜନସାଧାରଣ ଅସୁବିଧାର ସମ୍ମୁଖୀନ ନହେବେ ଏବଂ ସରକାରୀ ହସ୍ପିଟାଲ ଛାଡି ବେସରକାରୀ ହସ୍ପିଟାଲ ନଯିବେ । ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବେ ତେବେ ଦେଖାଯାଉ କେବେ କାମ ଦେବ ସରକାରଙ୍କ ୫ଟି ଯୋଜନା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ...



