ads

Breaking News

ତିନିଦିନିଆ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

କୋଣାର୍କ-- ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ କୋଣାର୍କ ନଗର ହାଟ ପରିସରରେ ଲୋକକଳା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ଯାଇଛି । ଏହି ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ପର୍ଯ୍ୟୟର କାର୍ଯ୍ୟକ୍ରମରେ ଅତିଥି ଭାବେ ନେହରୁ ଯୁବକେନ୍ଦ୍ର ପୁରୀର ସଂଯୋଜକ ଜୟ ଶଙ୍ଗର ଯୋଶୀ, କୋଣାର୍କ ବଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁଚରଣ ମିଶ୍ର, କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀ, ସ୍ୱେଛାସେବୀ ସଙ୍ଗଠନ ସୋଲାରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସିପିଆଇ ନେତା ମନୋରଞ୍ଜନ ପରିଡା, ଭେଲର ଜେନେରାଲ ମ୍ୟାନେଜର ଏମ. ସି. ସାହୁ  ପ୍ରମୁଖ ଯୋଗ ଦେଇ ବିଲୁପ୍ତ ହୋଇଯାଉଥିବା ଲୋକକଳାର ପୁନରଉଦ୍ଧାର ପାଇଁ ନାଟ୍ୟଦୀପର ଉଦ୍ୟମକୁ ପ୍ରଶଂସା କରିଥିଲେ । ସାଂସ୍କୃତିକ ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟୟର କାର୍ଯ୍ୟକ୍ରମର କୋଣାର୍କ ନାଟ୍ୟ ମଣ୍ଡପର ଗୋଟିପୁଅ ନୃତ୍ୟ ଗୁରୁ ଜୟକୃଷ୍ଣ ନାୟକଙ୍କ ନୃତ୍ୟ ନିର୍ଦେଶନାରେ ଶିଶୁ କଳାକାରମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ, କୋଣାର୍କର ଗୁରୁ କପିଳ ମୁରୁଡି ଓ ସାଥି କଳାକାରଙ୍କ ଦ୍ୱାରା ଖଞ୍ଜଣୀ ଭଜନ ଓ  ଭୁବନେଶ୍ୱରର ଗୁରୁ ଜୟଶ୍ରୀ ଦାସ ଓ ସାଥିଙ୍କ ପକ୍ଷରୁ କଣ୍ଢେଇନାଚ ପରିବେଷଣ କରାଯାଇଥିଲା । ହଜିଯାଉଥିବା ଲୋକକଳାର ପୂନରଉଦ୍ଧାର ପାଇଁ ଏହି ପ୍ରୟାଶ କରାଯିବାସହ ଏହି ତ୍ରିଦିବସୀୟ ମହୋତ୍ସବରେ ଲୋକ କଳାକୁ ପ୍ରାଧ୍ୟାନ୍ୟ ଦିଆଯାଇଛି ବୋଲି ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପର ନିର୍ଦ୍ଧେଶକ କାଳନ୍ଦିଚରଣ ସାହୁ ଓ ଉପ-ନିର୍ଦ୍ଧେଶକ ନିତ୍ୟାନନ୍ଦ ମହାରଣା ସୂଚନା ଦେଇଛନ୍ତି । ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିବାରଦେଖିବାକୁ ମିଳିଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ   

ads

Blog Archive

Popular Posts