ପ୍ରଫୁଲ ଯୋଜନାରେ ମିଳିଲା ,୧୬,୫୦୦ ଜଣ ଭିନ୍ନକ୍ଷମଙ୍କୁ ମିଳିଲା ଡିଜିଟାଲ ପ୍ରମାଣ ପତ୍ର
ପୁରୀ----- ପ୍ରଫୁଲ୍ଲ ଯୋଜନାରେ ପୁରୀ ଜିଲ୍ଲାର ୧୬.୫୦୦ ଜଣ ଦିବ୍ୟାଙ୍ଗ ମାନଙ୍କୁ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ଦିଆଯାଇଛି। ଫଣି ପରେ ପୁରୀ ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଫୁଲ୍ଲ ଯୋଜନା ଆରମ୍ଭ କରାଯାଇଛି। ପୁରୀ ଜିଲ୍ଲାର ୧୧ଟି ବ୍ଲକ ୪ଟି ଏନ .ଏ .ସି ଓ ଗୋଟିଏ ମ୍ୟୁନିସିପାଲଟି ରେ ଦିବ୍ୟାଙ୍ଗ ଚିହ୍ନଟ ପାଇଁ ୧୨ ଟି ପ୍ରଫୁଲ୍ଲ ଭୀମଭୋଇ ମେଗାକ୍ୟାମ୍ପ ଅୟୋଜିତ ହୋଇଥିଲା । ଯେଉଁଥିରେ ୩୦ ହଜାର ୮ଶହ ୭୭ ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ଆବେଦନ କରିଥିଲେ। ସେଗୁଡି ଯାଞ୍ଚ କରିବା ପରେ ୧୬,୫୦୦ ଜଣଙ୍କୁ ଅନଲାଇନ ପ୍ରମାଣ ପତ୍ର ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଛି।ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଜଣେ ଯୋଗ୍ୟ ହିତାଧିକାରୀ ହେବାପାଇଁ କାର୍ଡ ହୋଲଡର ହେବା ଆବଶ୍ୟକ । ଏଥିପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ଅଟେ।ଏହି ଅନଲାଇନ ରେଜିଷ୍ଟ୍ରେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯାଳୟ ଠାରେ ଏକ ସ୍ୱତନ୍ତ୍ର ସେଲ୍ ଖୋଲା ଯାଇଥିଲା।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ଙ୍କ ସୂଚନା ଅନୁଯାୟୀ ଯେଉଁ ଭିନ୍ନକ୍ଷମ ହିତାଧିକାରୀ ମାନେ ବର୍ତ୍ତମାନ ସୁଦ୍ଧା ନିଜ ନାମ ଅନଲାଇନ ରେଜିଷ୍ଟ୍ରୀ ଭୁକ୍ତ କରି ନାହାନ୍ତି ସେମାନେ ତୁରନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ଖୋଲା ଯାଇଥିବା ସ୍ୱାବଲମ୍ବନ ୱେବ ସାଇଡ ରେ ନିଜ ନାମ ରେଜିଷ୍ଟ୍ରେସନ କରାଇନେବା ଆବଶ୍ୟକ ନହେଲେ ଆଗକୁ ସମସ୍ତ ସରକାରୀ ସହାୟତା ରୁ ହିତାଧିକାରୀ ମାନେ ବଞ୍ଚିତ ହେବେ ବୋଲି କହିଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠୀ



