ହାତୀ ଭାଙ୍ଗିଦେଲା ବିଦ୍ୟାଳୟ ପାଚେରୀ
ବେଗୁନିଆ--- ବେଗୁନିଆ ବ୍ଲକ ଅଞ୍ଚଳରେ ହାତୀମାନଙ୍କର ଉପଦ୍ରବ ଦିନକୁଦିନ ବୃଦ୍ଧି ପାଉଛି । ବନ ବିଭାଗ ତରଫରୁ କୌଣସି ସ୍ଥାୟୀ ପ୍ରତିକାର ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ ହାତୀମାନେ ବାସ କରୁଥିବା ବେଳେ ଦୈନନ୍ଦିନ ଜନବସତିକୁ ଆସି ବହୁ ଧନଜୀବନ ନଷ୍ଟ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ସିକୋ ଫାଣ୍ଡି ଅନ୍ତର୍ଗତ ହଜ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପଶି ପ୍ରାଚୀରକୁ ଭାଙ୍ଗି ଦେଇଥିବାର ଜଣା ପଡିଛି । ବେଗୁନିଆରୁ ଯୋଗେଶ୍ୱର ପଣ୍ଡା



