ads

Breaking News

କୋଣାର୍କରେ ଦ୍ୱିତୀୟ ବିମ୍‌ଷ୍ଟିକ ଶିବିର; ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ସମ୍ପର୍କିତ ଜ୍ଞାନକୌଶଳ ପ୍ରଦର୍ଶନ

କୋଣାର୍କ ----- ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଥିବା ଦେଶମାନେ ବିଭିନ୍ନ ସମୟରେ ସାମୁଦ୍ରିକ ଝଡ ଓ ପ୍ରକୃତିକ ବିପତ୍ତିର ସମ୍ମୁଖିନ ହୋଇଥାନ୍ତି । ଏହି ବିପତ୍ତିକୁ ମିଳିତଭାବେ ସୁପରିଚାନଳା କରିବା ପାଇଁ ଭାରତ, ଭୁଟାନ, ବାଙ୍ଗଲାଦେଶ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ଭଳି ୭ଟି ଦେଶକୁ ନେଇ ଗତ ୧୯୯୭ ମସିହା ଜୁନ୍ ମାସ ୬ତାରିଖରେ ଗଠିତ ହୋଇଥିଲା ବେ ଅଫ ବେଙ୍ଗେଲ ଇଣ୍ଟେଟିଭି ଫର ମଲ୍ଟି-ସେକ୍ଟର ଟେକନିକାଲ ଆଣ୍ଡ ଇକୋନୋମି କୋପରେସନ(ବିମ୍‌ଷ୍ଟେକ) । ବନ୍ୟା, ବାତ୍ୟା, ବଜ୍ରପାତ, ଅଗ୍ନିକାଣ୍ଡ, କାଳବୈଶାଖୀ, ଭୂମିକମ୍ପ, ଭୂସ୍ଖଳନ ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ, ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ନିଜି ନିଜ ଦେଶର ଜ୍ଞାନ କୌଶଳ ଏବଂ ଆର୍ଥକ ସହାୟତାକୁ ପରିସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବା ପାଇଁ ବିମ୍‌ଷ୍ଟେକ୍ ପକ୍ଷରୁ ଅନ୍ତରାଷ୍ଟିୟ ଶିବିରର ମାନ ଆୟୋଜନ କରାଯାଇଛି ।
୨୦୧୭ ମସିହା ଅକ୍ଟୋବର ମାସ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପି ନୂଆଦିଲ୍ଲୀଠାରେ ପ୍ରଥମ ବିମ୍‌ଷ୍ଟେକ ଶିବିର ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଫେବୃଆରୀ ମାସ ୧୧ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଦ୍ୱିତୀୟ ବିମ୍‌ଷ୍ଟେକ୍ ଶିବିର ଆୟୋଜିତ ହେଉଛି । ଏହି ଅବସରରେ ୧୧ତାରିଖରେ ଭୁବନେଶ୍ୱର ଠାରେ ଏହି ଶିବିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ଭୁମିକମ୍ପ, ଭୁସ୍ଖଳନ, ଅଗ୍ନିକାଣ୍ଡ, କାଳବୈଶାଖୀ, ବହୁତଳ ପ୍ରାଶାଦ ଭୁଷୁଡି ପଡିବା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ସମ୍ପର୍କିତ ଟେବୁଲ ଟପ୍ ବୈଠକ ଅନୁଷ୍ଠିତ ହୋଇଥିଲା ।  ଦ୍ୱିତୀୟ ଦିବସ ୧୨ତାରିଖରେ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ରାମଚଣ୍ଡୀ ମୁହାଣ ଠାରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର, କୋଣାର୍କ ବଜାରର ବିଭିନ୍ନ ସ୍ଥାନର ଅବିକଳ ନକଲ ପ୍ରସ୍ତୁତ କରାଯାଇଥିଲା ।  ବିମ୍‌ଷ୍ଟେକ୍ ସଦସ୍ୟ ଦେଶର ପ୍ରତିନିଧିମାନେ ବନ୍ୟା, ବାତ୍ୟା, ବଜ୍ରପାତ, ଅଗ୍ନିକାଣ୍ଡ, କାଳବୈଶାଖୀ ଭୂମିକମ୍ପ, ଭୂସ୍ଖଳନ ଓ ସୁନାମୀ ଆଦ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ନିଜ ନିଜ ଦେଶର ଜ୍ଞାନ କୈଶଳ ପ୍ରଦର୍ଶନ କରିଥିଲେ । ଏହି ଶିବିରରେ କେନ୍ଦ୍ର ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଏନଡିଆରଏଫର ଡି.ଜି. ସତ୍ୟନାରାୟଣ ପ୍ରଧାନ, ଓଡିଶା ପୋଲିସର ଆଇ.ଜି. ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭାରତୀୟ ଜନତା ପାଟିର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପିରିଡାଙ୍କ ସମେତ ଏନଡିଆରଏଫ, ଅଗ୍ନିସମ, ଓଡ୍ରାଫର ପଦାଧିକାରୀମାନେ ଯୋଗ ଦେଇଥିଲେ । ୧୩ତାରିଖରେ ପୁରୀ ଠାରେ ଏହି ଶିବିରର ଉଦ୍‌ଯାପନି ହେବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ଧରି ଆୟୋଜିତ ଏହି ଶିବିରରେ ବିମ୍‌ଷ୍ଟେକ୍ ସଦସ୍ୟ ଦେଶମାନଙ୍କ ମଧ୍ୟରୁ ଭୁଟାନ ଓ ଥାଇଲାଣ୍ଡ ର କୌଣସି ପ୍ରତିନିଧି ଯୋଗ ଦେଇନଥିବା ଜଣା ପଡିଛି । 
କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts