ମହିଳାଙ୍କୁ ଅସଦାଚରଣ କରି ଚପଲରେ ମାଡ ଖାଇଲେ ସାମ୍ବାଦିକ
କୁଜଙ୍ଗ--- ଯେଉଁ କାର୍ଯ୍ୟ ବା ଦେଶ ପାଇଁ ସେବା କରି ଚତୁର୍ଥସ୍ତମ୍ବ ବୋଲି ଆଖ୍ୟ ମିଳିଛି, ସେହି ପବିତ୍ର ନାମରେ ଏପରି କିଛି ଚରିତ୍ରହୀନ ଲୋକଙ୍କ ପାଇଁ କଳାଦାଗ ଲାଗିଛି । ପାରାଦୀପ ଅଞ୍ଚଳର ଜଣେ ସାମ୍ବାଦିକ ମାନବିକତା ହରାଇ ଦେଇଛନ୍ତି । ଜଣେ ବିବାହିତ ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ପାଟି କରିବାରୁ ପାଖ ପଡୋଶୀ ମହିଳା ମାନେ ପହଞ୍ଚି ଯାଇ ଯୁବକ ଜଣଙ୍କୁ କାବୁ କରି ନେବା ସହ ଚପଲରେ ମାଡ ମାରିଥିଲେ । ଏହି ସାମ୍ବାଦିକ ଜଣଙ୍କ ଅନେକ ଠକେଇ ମାମଲାରେ ଜଡିତ ରହିବା ସହ ଦୁଷ୍କମ ମାମଲାରେ ଅଭିଯୁକ୍ତ ରହିଛନ୍ତି । ତାଙ୍କ ନାମରେ ପାରଦୀପ ଥାନା କେସନଂ ୩୯/୨୦୧୭ ଓ ୧୬୨/୨୦୧୪ କେସ ରହିଛି । ଏହି ଭିଡିଓଟି ଦେଖିଲେ ଯେ କେହି ଜାଣି ପାରିବେ ଯେ ଉକ୍ତ ସାମ୍ବାଦିକ ଜଣଙ୍କ କେତେ ଭଦ୍ରବ୍ୟକ୍ତି ତାହା ଅନୁମେୟ ।



