ମୋଟର ସାଇକେଲ ଏବଂ ଟ୍ରାକଟର ମୁହାଁମୁହିଁ ଧକ୍କା; ଜଣେ ମୃତ
ପିପିଲି--- ଆଜି ସନ୍ଧ୍ୟାରେ ବାଇ ପାସ୍ ସ୍ଥିତ ରାଜଧାନୀ ଢାବା ସମ୍ମୁଖରେ ଏକ ମୋଟର ସାଇକେଲ ଓ ଟ୍ରାକଟର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସ ଯୋଗେ ପିପିଲି ମେଡିକାଲ ଆଣିବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରକାଶ ଥାଉ କି ବଳଙ୍ଗା ଥାନା ଅନ୍ତର୍ଗତ ଯୋପନ ଗ୍ରାମର ସ୍ଵର୍ଗତ ସୁଦର୍ଶନ ପରିଡା ଙ୍କ ପୁତ୍ର ପ୍ରଶାନ୍ତ ପରିଡା ନିଜ ହୋଣ୍ଡା ୟୂନିକନ ମୋଟର ସାଇକେଲ ଓଡି- ୦୨- ଏକେ-୩୦୬୭ ଯୋଗେ ଭୁବନେଶ୍ବର ରୁ ନିଜ ଘର କୁ ଫେରୁଥିଲେ । ପିପିଲି ବାଇ ପାସ୍ ସ୍ଥିତ ରାଜଧାନୀ ଢାବା ନିକଟ ରେ ରଙ୍ଗ ସାଇଡ ରୁ ଏକ ଟ୍ରାକଟର ନଂ ଓଡି--୦୨--ଏମ--୪୬୨୯ ଧକ୍କା ଦେଇଥିଲା । ପିପିଲି ପୁଲିସ ଡାକ୍ତରଖାନା ରେ ପହଁଞ୍ଚି ମୃତ ଶରୀରକୁ ଜବତ କରିବା ସହ ଦୁଇଟି ଯାକ ଦୁର୍ଘଟଣା ଗସ୍ତ ଗାଡି ଦୁଇଟି କୁ ଜବତ କରିଛନ୍ତି । ଏକ କେସରୁଜ କରି ତଦନ୍ତ ଜାରି ରହିଛି ।
ପିପିଲି ରୁ ବିଜୟ କୁମାର ମହାପାତ୍ର



