ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ଜେଏସଡବ୍ଳୁର ସହାୟତା
କୁଜଙ୍ଗ--- ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନ କାରୀ ତଥା ଜେଏସଡବ୍ଳୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଗଡକୁଜଙ୍ଗ ଅପଗ୍ରେଡ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଇଁ ସମସ୍ତ ସାହାର୍ଯ୍ୟ ଓ ସହଯୋଗ କରିଛି । ଏରସମା ବ୍ଳକ ଅର୍ନ୍ତଗତ ଗଡକୁଜଙ୍ଗ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା କମିଟି ଓ ଗ୍ରାମାବସୀଙ୍କ ଅନୁରୋଧ କ୍ରମେ କମ୍ପାନୀ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଟୋପି, ଖେଳଛତା ଯୋଗାଇ ଦିଆଯାଇଥିଲା । ଏପରିକି ବିଭିନ୍ନ କ୍ରୀଡାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ଆନୁସାଙ୍ଗିକ ଜିନିଷ ଯୋଗାଇ ଦେଇଥିଲେ । ଏହି ଉତ୍ସବରେ କୁଜଙ୍ଗର ସମସ୍ତ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ସୁଚନାଯୋଗ୍ୟ ଯେ ଏରସମା ବ୍ଳକର ନୂଆଗାଁଠାରେ ଜେଏସଡବ୍ଳୁ ପକ୍ଷରୁ ଏକ ଅତ୍ୟାଧୁନିକ ଗ୍ରୀନ ଫିଲ୍ଡ ଇସ୍ପାତ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ କମ୍ପାନୀ ୭୧ ହଜାର କୋଟି ଟଙ୍କା ନିବେଶ କରିବ । ଏହା ସହିତ ପଦୂଷଣ ନିୟନ୍ତ୍ରଣ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ୪୦ ୫୦ ହଜାର ପରିବାର ଏହି କମ୍ପାନୀ ଦ୍ୱାରା ଉପକୃତ ହୋଇ ପାରିବେ ବୋଲି ଜଣାପଡିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର



