ads

Breaking News

ବାଲିଘରର ୩୦ତମ ବାର୍ଷିକୋତ୍ସବ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ‘ବାଲିଘର ସାହିତ୍ୟ ସମ୍ମାନ’

କୁଜଙ୍ଗ-----ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ବାଲିଘର’ ର ୩୦ ତମ ବାର୍ଷିକୋତ୍ସଦ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୁଣ୍ଡିଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ, କବିତା ପାଠ,  ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସଭା ଓ ବାଲିଘରର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ‘ମା, ମାଟି ଓ ମାତୃଭାଷାର ସୁରକ୍ଷା ଆମର ଦାୟିତ୍ୱ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ପ୍ରଫେସର ଡ.ନିତ୍ୟାନନ୍ଦ ସାହୁ, ମୁଖ୍ୟବକ୍ତା ଆଡଭୋକେଟ ଦେବସ୍ନାନ ଦାସ,  ଅତିଥି ଭାବେ ପ୍ରାକ୍ତନ ଉପଜିଲ୍ଲାପାଳ ନାରାୟଣ ନାୟକ, ସାମ୍ୟବାଦୀ ନେତା ପୂର୍ବତନ ସରପଞ୍ଚ ଶଶୀଭୂଷଣ ସ୍ୱାଇଁ, ଆଇନଜୀବୀ ବୀରନାରାୟଣ ପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ହେମନ୍ତ ନାୟକ, ସମାଜସେବୀ ସୁନାକର ବେହେରା, ଶିକ୍ଷାବିତ ରାଜା ନିରଞ୍ଜନ ପ୍ରସାଦ ଦାସ ଓ ପୂର୍ବତନ ସରପଞ୍ଚ ବିଜୟ ଖଟେଇ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଓଡିଆ ଭାଷା ସୁରକ୍ଷା ଦିଗରେ ‘ବାଲିଘର’ର ବିଭିନ୍ନ ସମାଜ ସଚେତନତାମୂଳକ କାର୍ଯ୍ୟକ୍ରମର ଭୂୟସି ପ୍ରଂଶସା କରିବା ସହିତ ମା, ମାଟି ଓ ମାତୃଭାଷାକୁ ଭଲ ପାଇଲେ ଭାଷା ଓ ସଂସ୍କୃତି ସୁରକ୍ଷିତ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବାଲିଘର ର ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଏବର୍ଷର   ବିଶିଷ୍ଟ ଶିଶୁ ସାହିତ୍ୟକ ତଥା ଆକାଶବାଣୀ କଟକ ଶିଶୁ ସଂସାର କାର୍ଯ୍ୟକ୍ରମର ପୂର୍ବତନ ବଡଭାଇ ନଦିୟା ବିହାରୀ ମହାନ୍ତିଙ୍କୁ ‘ବାଲିଘର ଶିଶୁ ସାହିତ୍ୟ ସମ୍ମାନ’,  ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ‘ବାଲିଘର ସାହିତ୍ୟ ସମ୍ମାନ’,  ଡଃ ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ‘ବାଲିଘର କବିତା ସମ୍ମାନ’,  ଗାଳ୍ପିକ ରବି ପଣ୍ଡାଙ୍କୁ ‘ବାଲିଘର ଗଳ୍ପ ସମ୍ମାନ’, ବୈକୁଣ୍ଠନାଥ ମିଶ୍ରଙ୍କୁ ‘ବାଲିଘର ପ୍ରବନ୍ଧ ସମ୍ମାନ’,ସୁଶ୍ରୀ ଅନିନ୍ଦିତା ମିଶ୍ରଙ୍କୁ ‘ବାଲିଘର ଯୁବ ସମାଜସେବା ସମ୍ମାନ’ପ୍ରଦାନ କରାଯାଇଥିଲା । ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, କବି ପ୍ରହ୍ଲାଦ ମଲ୍ଲିକ, କବି ସଚ୍ଚିଦାନନ୍ଦ ମିଶ୍ର, ସାମ୍ବାଦିକ ସନ୍ଦୀପ କୁମାର ଲେଙ୍କା, ସମାଜସେବୀ ପ୍ରତାପ ଚନ୍ଦ୍ର ମହାନ୍ତି, ଶିଶୁ ଶିଳ୍ପୀ ଅଙ୍କିତା ମଲ୍ଲିକ, ଗ୍ରାମାଞ୍ଚଳ କାର୍ଯ୍ୟକରୁଥିବା ବାବା ବଟମହାପୁରୁଷ ଯୁବକ ସଂଘ ପ୍ରମୁଖଙ୍କୁ ବାଲିଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଇ ଅବସରରେ ଅତିଥିଙ୍କ ଦ୍ୱାରା ବାଲିଘରର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।  ପ୍ରିୟତମା ସାହୁ ଓ ଅନିନ୍ଦିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ କବି ରମାକାନ୍ତ ରାଉଳ, ନିରଞ୍ଜନ ରାଉତ, କୈଳାସ ପ୍ରଧାନ, ହୃଷିକେଶ ଜେନା, ମନୋରମା ମହାନ୍ତି, ଗଣେଷ ମହାନ୍ତି, ପ୍ରଶାନ୍ତ ସାହୁ, ବନମାଳୀ ବେହେରା, ପତିତପାବନ ଜେନା, ବିଭାସିନୀ ମହାନ୍ତି, ଯଯାତି କେଶରୀ ସ୍ୱାଇଁଙ୍କ ସମେତ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ସହସମ୍ପାଦକ ପ୍ରଫେସର ଡ. ସଂଗ୍ରାମକେଶରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts