ads

Breaking News

ବାଲିଗୁଡ଼ା ବିଜ୍ଞାପିତ କାର୍ଯ୍ୟାଳୟ ରେ କାଗଜପତ୍ରରେ ଚାଲିଛି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ


 ବାଲିଗୁଡ଼ା ----  ବାଲିଗୁଡା ର ଗୁଳିମରା ପଦା ସାହି ଠାରେ ମାସ ମାସ ଧରି ଡ୍ରେନ ସଫା ନ ହୋଇ ପଡ଼ିରହିଛି । ବାଲିଗୁଡା ଏକ ବଡ଼  ବିଜ୍ଞାପିତ ଅଞ୍ଚଳ ଭାବରେ ରାଜ୍ୟ ରେ ପରିଚିତ୍ । କିନ୍ତୁ ଖାଲି କାଗଜ କଲମରେ ଏଠାରେ ଚାଲିଛି  ସମସ୍ତ କାର୍ଯ୍ୟକ୍ରମ । ଅନ୍ୟ ପକ୍ଷେ ରାଜ୍ୟ ସରକାର  ସ୍ବଚ୍ଛ ଭାରତ ମିଶନ ଯୋଜନାରେ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବରେ ବାଲିଗୁଡ଼ା  ବିଜ୍ଞାପିତ ଅଞ୍ଚଳର ଚିତ୍ର ରୁ ଜଣାପଡୁଛି କେତେ ସ୍ବଚ୍ଛ  । ଏପଟେ ସରକାର ଙ୍କ ତରଫରୁ ଏନଏସି ରେ  ସ୍ବଚ୍ଛ ଭାରତ ମିଶନ ତରଫରୁ ସଫେଇ କର୍ମଚାରୀ ମାନେ ନିଯୁକ୍ତି  ହୋଇଛନ୍ତି । ବାଲିଗୁଡ଼ା ମୁଖ୍ୟ ରାସ୍ତା ସଫା କରି ଏନଏସି ବାହା ବାହା ନେଉଛି।
  ବିଭିନ୍ନ ଓ୍ବାର୍ଡ  ରାସ୍ତା ଦେଇ ଶହ ଶହ କୋମଳ ମତି ଛାତ୍ର ଛାତ୍ରୀ ମାନେ ସ୍କୁଲ କୁ ଯିବା ସମୟ ରେ ଦୂଗନ୍ଧ ରେ ନାକ ପାଠି ପଡୁଛି । ଏହା କୁ ସାହିରେ ଜନସାଧାରଣ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୁଳିମରା ପଦା ସାହିରେ  ବର୍ଷ ବର୍ଷ ହେବ ଡ୍ରେନ ନ ହେବା ଯୋଗୁ ରାସ୍ତା ଉପରେ  କୁଢ କୁଡ଼ ମଇଳା ରାସ୍ତାରେ ଜମା ହେବାର ଦେଖାଯାଇଛି । ବାଲିଗୁଡା ବିଜ୍ଞାପିତ ଅଂଚଳ ହେବାର 5 ବର୍ଷ  ହେଲାଣି  । କିନ୍ତୁ ଡ୍ରେନ ବ୍ୟବସ୍ତା ହୋଇପାରି ନାହିଁ । ଯେଉଁଠି ଡ୍ରେନ କାମ ହୋଉଛି ତାହା ପୁଣି  ଅଧା ରେ କାମ ବନ୍ଧ ହୋଇଯାଉଛି । ଯାହା ଫଳରେ କି  ନାହିଁ ନଥିବା ହଇରାଣ ହେବାକୁ ପଡୁଛି ଅଞ୍ଚଳବାସୀଙ୍କୁ । ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଦାବି  ହୋଇଛି । କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts