ଲୁହା ପାଇପି ଭାରାରୁ ମୁକ୍ତ ହେଲା ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର
କୋଣାର୍କ---- ଦୀର୍ଘ ୩୦ ବର୍ଷପରେ ବିଶ୍ୱ ଐାତିହ୍ୟ ସୂର୍ଯ୍ୟ ମନ୍ଦିର ଲୁହା ଭାରାରୁ ମୁକ୍ତ ହୋଇଛି । ଲୁହା ପାଇପି ଭାରାରୁ ସୂର୍ଯ୍ୟ ମନ୍ଦିର ମୁକ୍ତ ହେବାପରେ ମନ୍ଦିର ଗ୍ରତରେ ଖୋଦିତ ସୁକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ମନ୍ଦିରର ଦକ୍ଷିଣ ପାଶ୍ୱର୍ସ୍ଥ ସମ୍ବେଦନଶିଳ ଅଞ୍ଚଳକୁ ଛାଡିଦେଲେ ଜଗମୋହନ, ଉତର ଦ୍ୱାର, ପଶ୍ଚିମ ଦ୍ୱାର ଏବଂ ଚୁଡାରୁ ପାଦେଦେଶ ପର୍ଯ୍ୟନ୍ଦ ଲାଗିଥିବା ଲୁହା ପାଇପି ଭାରାକୁ ଗତ ଜାନୁଆରୀ ମାସ ୨୨ ତାରିଖରୁ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ମନ୍ଦିରର ସମ୍ବେଦନ ଶିଳ ଅଞ୍ଚଳରେ କଳଙ୍କୀ ବିହୀନ ଷ୍ଟିଲ ବୀମ ଭାରା ଲାଗିବ । ପ୍ରଥମେ ପର୍ଯ୍ୟାୟରେ ଟେଣ୍ଡର ମାଧ୍ୟମରେ ଅସ୍ତାୟୀ ଭାବେ କାର୍ଯ୍ୟ ଆରମ୍ବ ହେବ । ୨୦୧୧ ମସିହା ଜୁଲାଇ ୧୦ତାରିଖରେ ୱାର୍କିଂ ଗୃପ-୧ର ବୈଠକର ନିଷ୍ପତି ଅନୁଯାୟୀ ସୂର୍ଯ୍ୟମନ୍ଦିର ମୁଖଶାଳାର ସମ୍ବେଦନଶୀଳ ଅଞ୍ଚଳରୁ ପୁରୁଣା ଲୁହା ଭାରାକୁ ଖୋଲି ନୂଆ ଲୁହା ପାଇପ ଭାରା ଲଗାଇବା ପାଇଁ ଅନୁମତି ଦିଆଯାଇଥିଲା । ସେହିଭଳି ୧୯୦୩ ମସିହାରୁ ଜଗମୋହନରେ ବାଲି ଭର୍ତି ହୋଇ ରହିଛି । ବର୍ତ୍ତମାନ ଜଗମୋହନ ଭିତରେ ଭର୍ତ୍ତି ହୋଇଥିବା ବାଲି ୧୭ଫୁଟ ଦବିଥିବା ସିବିଆରଆଇ ରିପୋର୍ଟରୁ ଜଣା ପଡିଛି । ସୂର୍ଯ୍ୟମନ୍ଦିର ସୂରକ୍ଷା ଓ ସଂରକ୍ଷଣ ନିମନ୍ତେ ଜଗମୋହନ ଗର୍ଭଗୃହରୁ ବାଲି କଢାଯିବା ବ୍ୟବସ୍ତା, ସମୟାନୁଯାୟୀ ଭିତିଭୂମୀର ଅବସ୍ତିତି, ଲେଜର ସ୍କାନିଂ, ଆଭ୍ୟନ୍ତରୀଣ ଅବସ୍ତାର ଏଣ୍ଡୋସ୍କପି, ଫଟୋଗ୍ରାଫି ଆଦି କାର୍ଯ୍ୟକୁ ଏଏସଆଇ ପକ୍ଷରୁ ସୂଚାରୁରୂପେ ସମ୍ପାଦନ କରିବା ନିତାନ୍ତ ଆବଶ୍ୟକ ବୋଲି ଐତିହାସିକମାନେ ମତ ଦେଇଛନ୍ତି । ସୂଚନା ଥାଉକି ଗତ ୨୦୧୬ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଆମିକସ କ୍ୟୁରୀ ଏନ କେ ମହାନ୍ତି ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ସୂର୍ଯ୍ୟମନ୍ଦିରରେ ଜଗମୋହନ ଦ୍ୱାର, ଦକ୍ଷିଣ ଦ୍ୱାର, ଛାୟାଦେବୀ ,ମାୟାଦେବୀ ମନ୍ଦିର, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ତା, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର ସମ୍ମୁଖରେ ଲୁହା ଭାରା, ବର୍ଷା ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ତା ଆଦି ବୁଲି ଦେଖିଥିଲେ । ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଦିଆଯାଉଥିବା କେମିକାଲ, ଦୀର୍ଘ ୩୦ବର୍ଷ ହେବ ଏହି ଲୁହା ଭାରା କିଭଳି ଅଛି ତାହା ପ୍ରଥମେ ପରୀକ୍ଷା ପରେ ଖୋଲାଯିବ ବୋଲି ସୂଚନା ଦେଇଥିଲେ । ସୂର୍ଯ୍ୟମନ୍ଦିରରୁ ପୁରୁଣା ଲୁହା ପାଇପି ଭାରା ଖୋଲାଯାଇଥିବା ବେଳେ ଫେବୃୟାରୀ ଶେଷ ସପ୍ତାହରେ ଷ୍ଟିଲ ବୀମ ଭାରା ଲଗାଇବା କାର୍ଯ୍ୟ ଆରମ୍ବ ହେବ ବୋଲି ସୂର୍ଯ୍ୟମନ୍ଦିର ସଂରକ୍ଷଣ ସହାୟକ ନିରଜ ସିଂ କହିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ



