ads

Breaking News

ବଡ଼ପୁଟ ଗ୍ରାମରେ ଘରଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ



ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳର ଫ୍ରେଣ୍ଡସ ହେଲ୍ପ ଗ୍ରୁପ ପ୍ରକୃତିର ଭାରସାମ୍ୟ ରକ୍ଷା କରିବାପାଇଁ ସର୍ବଦା ଚେଷ୍ଟା ଜାରି ରଖିଛି।ବିବର୍ତ୍ତନର ତାଳେ ତାଳେ ବିଲୁପ୍ତପ୍ରାୟ ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ କରିଥିବା ଯୋଜନା ଏବେ ଚର୍ଚ୍ଚାର ବିଷୟ  ପାଲଟିଛି । ଘରଚଟିଆ ସଂରକ୍ଷଣ ପାଇଁ ଏହି ଗ୍ରୁପର ସମସ୍ତ ସଦସ୍ୟ ଏବେ ଅଣ୍ଟା ଭିଡିଛନ୍ତି। ଶରଣକୁଳ ନିକଟସ୍ଥ ଧୂସୁମା ଗ୍ରାମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଅଭିଯାନକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଥିଲେ । ସଫଳତା ହାସଲ କଲା ପରେ ଆଜି ନୟାଗଡ ବନଖଣ୍ଡ ,ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଓ ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ  ଅଭିଯାନ ର ମିଳିତ ଆନୁକୁଲ୍ୟରେ ଘରଚଟିଆ ଅଭିଯାନ ବଡପୁଟ ଗ୍ରାମରେ ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟଅତିଥି  ପଞ୍ଚରିଡା  ବନଖଣ୍ଡ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କୁ ବିଲୁପ୍ତ ପ୍ରାୟ  ଘରଚଟିଆ ଓ ଜଙ୍ଗଲ ସୁରକ୍ଷା ଉପରେ ବୁଝାଇଥିଲେ।୧୦ ଟି ଘରଚଟିଆ ବାକ୍ସ ସହ ଖାଦ୍ୟ ଥଳି ବସାଯାଇଥିଲା ।ଏହି କର୍ଯ୍ୟକ୍ରମରେ ଗ୍ରାମର ସଭାପତି ଦୟାନିଧି ଦୋରା ,ପଞ୍ଚାନନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ  । ଅନୁଷ୍ଠାନ ର ସୁଜିତ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ମାନ୍ନା , ପ୍ରଦୀପ୍ତ ସେନାପତି ଓ ସୁବାସ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ଧିରେ ଧିରେ ଘରଚଟିଆ ଲୁପ୍ତ ହୋଇ ଯାଉଥିବା ଯୋଗୁଂଁ ଏହାର ସୁରକ୍ଷା ପରିବେଶ ପାଇଁଁ ନିହାତି ଜରୁରୀ ଏଣୁ ଆଗାମୀ ଦିନ ମାନଙ୍କରେ ଏହି ଅଭିଯାନ କୁ ବ୍ୟାପକ କରିବା ପାଇଁଁ ଆବାହକ ଜ୍ଞାନ ରଞନ ପଣ୍ଡା ସୂଚନା  ଦେଇଥିଲେ।
 ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ 

ads

Blog Archive

Popular Posts